fbpx

ପାଟଣାଗଡରେ ପାଗଳ କୁକୁର ଆତଙ୍କ: ୩ ବର୍ଷର ଝିଅକୁ କଲା ଶିକାର, ଅନେକ ଆହତ

Advertisement

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ମାତିଛି ପାଗଳ କୁକୁର । ଏମାନଙ୍କ ଆତଙ୍କରେ ଏବେ ସାରା ସହର ଭୟଭୀତ ହୋଇପଡିଛି । ଅନେକ ଲୋକଙ୍କୁ କାମୁଡିବା ସହ ଆକ୍ରମଣ କରୁଛନ୍ତି ଏହି ପାଗଳ କୁକୁର । ଆଜି ଏହି ପାଗଳ କୁକୁର ଆକ୍ରମଣର ଶିକାର ହୋଇଛି ଗୋଟିଏ କୁନିଝିଅ । ୩ ବର୍ଷର ଝିଅ ପାଗଳ କୁକୁର ଆକ୍ରମଣରେ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଏବେ ବଲାଙ୍ଗିର ପାଟଣାଗଡର ବାଲିପଟାଗାଁରେ ପାଗଳ କୁକୁର ଆତଙ୍କ ଦେଖାଯାଇଛି । ଏହି କୁକୁରର ଆକ୍ରମଣରେ ଆଜି ଏକ ୩ ବର୍ଷର ଝିଅ ମୃତ୍ୟୁବରଣ କରିଛି । ଯାହାକୁ ନେଇ ଭୟ ଆହୁରି ବଢିଯାଇଛି । କେବଳ ସେତିକି ନୁହେଁ, ଘର ବାହାରେ ଖେଳୁଥିବା ସମୟରେ କୁକୁରର ଶିକାର ହୋଇଥିଲା ଏହି କୁନି ବାଳିକା । ପିଲାଟିକୁ ଝୁଣି ଝୁଣି ମାରି ଦେଇଥିବା ନେଇ ଜାଣିବାକୁ ମିଳିଛି । ଏହା ବ୍ୟତୀତ କୁକୁର କାମୁଡାରେ ଆଉ ୧୨ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି । ଯାହାକୁ ନେଇ ଏବେ ସାରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.