fbpx

ଗୋଲାପ ଦେଇ ୧୦୦ ଜଣଙ୍କୁ ପ୍ରପୋଜ କଲେ ଯୁବତୀ: ଜାଣନ୍ତୁ କାହିଁକି କଲେ ଏମିତି କାଣ୍ଡ

Advertisement

ନୂଆଦିଲ୍ଲୀ: ଭାଲେଣ୍ଟାଇନ ଡେ ପାଳନ କରିବା ପାଇଁ ଏବଂ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଲୋକ ବିଭିନ୍ନ ଯୋଜନା କରିଥାନ୍ତି । କିନ୍ତୁ ରାଜଧାନୀ ଦିଲ୍ଲୀରେ ଜଣେ ମହିଳା କିଛି ଅଲଗା ଅନ୍ଦାଜରେ ଏହି ଦିନକୁ ସେଲିବ୍ରେଟ କରିଛନ୍ତି । ତାଙ୍କର ଏହି କାରନାମା ପାଇଁ ଏହି ଦିନଟି ସବୁଦିନ ପାଇଁ ସ୍ମରଣୀୟ ହୋଇ ପାରିଛି । ଯୁବତୀ ଜଣକ ଗୋଟିଏ ଦିନରେ ୧୦୦ ଜଣଙ୍କୁ ଗୋଲାପ ଦେଇ ପ୍ରେମ ନିବେଦନ କରିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମହଜବୀନ ଅଲୀ ନାମକ ଏହି ଯୁବତୀ ୨୪ ଘଣ୍ଟା ଭିତରେ ୧୦୦ ଜଣଙ୍କୁ ଫୁଲ ଦେଇ ପ୍ରପୋଜ କରିଛନ୍ତି । ଏହାର ଏକ ଭିଡିଓ ଖୁବ ଭାଇରାଲ ମଧ୍ୟ ହେଉଛି । ଏହି ଭିଡିଓରେ ସେ କହୁଛନ୍ତି ଯେ, ସେ ସିଙ୍ଗଲ ଅଛନ୍ତି, ତେଣୁ କିଛି ଅଲଗା ପ୍ରକାରରେ ଭାଲେଣ୍ଟାଇନ ଡେ ସେଲିବ୍ରେଟ କରୁଛନ୍ତି । ପତ୍ନୀ ଏବଂ ୩ ପିଲାଙ୍କ ସହ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ସେ ପ୍ରଥମେ ଗୋଲାପ ଦେଇଥିଲେ ଏବଂ ଲୋକଙ୍କ ଭିତରେ ଖୁସି ବାଣ୍ଟିବା ପାଇଁ କହିଥିଲେ । ଏହାପରେ ଏକ ବାଂଲାଦେଶୀ ପରିବାରକୁ ସେ ଗୋଲାପ ଦେଇଥିଲେ ମହଜବୀନ । ଏହାପରେ ରାସ୍ତାରେ ବ୍ରେସଲେଟ ବିକ୍ରି କରୁଥିବା ପିଲାମାନଙ୍କୁ ମଧ୍ୟ ଫୁଲ ଦେଇଥିଲେ । ତେବେ ଏହାମଧ୍ୟରେ ସେ ଏମିତି କିଛି ଲୋକଙ୍କୁ ଭେଟିଥିଲେ ଯେଉଁମାନେ ଗୋଲାପ ନେବାକୁ ସିଧା ମନା କରି ଦେଇଥିଲେ ।

ଏହାପରେ ଜଣେ ପାକିସ୍ତାନୀ ଦମ୍ପତ୍ତିଙ୍କୁ ମଧ୍ୟ ଗୋଲାପ ଦେଇ ତାଙ୍କ ସହ କଥାବାର୍ତ୍ତା କରିଥିଲେ ମହଜବୀନ । ତେବେ ମହିଳା ଜଣକ ଭାରତୀୟ ହୋଇଥିବା ବେଳେ ତାଙ୍କ ପତୀ ପାକିସ୍ତାନୀ ଥିବା ଜଣାପଡିଥିଲା । ତେବେ ପରେ କିଛି ଦମ୍ପତ୍ତି ଫୁଲ ନେବାକୁ ମନା କରି ଦେଇଥିଲେ । ଏହାପରେ ଜଣେ ଯୁବତୀଙ୍କୁ ମହଜବୀନ ବେପାରୀଙ୍କୁ ଫୁଲ ଦେବା ପାଇଁ ଚାଲେଞ୍ଜ କରିଥିଲେ । ତେବେ ଏମିତି ଏକ ଷ୍ଟାଇଲରେ ସେ ନିଜ ଭାଲେଣ୍ଟାଇନ ଡେ ସ୍ମରଣୀୟ କରି ଦେଇଛନ୍ତି ।

Get real time updates directly on you device, subscribe now.