fbpx
BJD SKY
BJD SKY

ସମସ୍ତ ଛାତ୍ରୀଙ୍କୁ ମିଳିବ ୬ ମାସର ମାତୃତ୍ୱ ଛୁଟି: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ କେରଳ ୟୁନିଭରସିଟି ପକ୍ଷରୁ ପିରିଅଡସ ଲିଭ ପରେ ଏବେ ମାତୃତ୍ୱ ଛୁଟି ଉପହାର ଦିଆଯାଇଛି । ବିଶ୍ୱବିଦ୍ୟାଳୟର ପକ୍ଷରୁ ଏ ବାବଦରେ ନିୟମ ଜାରି ମଧ୍ୟ କରାଯାଇଛି । ଏହି ପଦକ୍ଷେପ ଫଳରେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରୀଙ୍କୁ ବିଶେଷ ଭାବେ ଆଶ୍ୱସ୍ତି ମିଳିପାରିବ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରୀଙ୍କ ପାଇଁ ପିରିଅଡସ୍ ଓ ମାତୃତ୍ୱ ଛୁଟି ମଞ୍ଜୁରୀ କରିବା ପାଇଁ ନିକଟରେ କେରଳ ମୁଖ୍ୟମନ୍ତ୍ରୀ ପିରାରାୟୀ ବିଜୟନ ଘୋଷଣା କରିଥିଲେ । ଏବେ ଥୁରୁବନନ୍ତପୁରମ୍ ସ୍ଥିତ କେରଳ ବିଶ୍ୱବିଦ୍ୟାଳୟର ଏହି ନିଷ୍ପତ୍ତି ନେଇଛି ।

ରାଜ୍ୟ ସରକାରଙ୍କ ଅଧିନରେ ଥିବା କେରଳ ବିଶ୍ୱବିଦ୍ୟାଳୟ ନିଜର ଛାତ୍ରୀଙ୍କ ପାଇଁ ଏପରି ଏକ ବଡ଼ ଘୋଷଣା କରିଛି । ଏହି ନିଷ୍ପତ୍ତି ଫଳରେ ଏଣିକି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ୧୮ ବର୍ଷରୁ ଅଧିକ ବୟସର ଛାତ୍ରୀଙ୍କୁ ୬ ମାସ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ମିଳିପାରିବ । ଏନେଇ ବିଶ୍ୱବିଦ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଗତ ଜାନୁଆରୀ ମାସରେ ରାଜ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ପିରିଅଡନ ଲିଭକୁ ନେଇ ଛାତ୍ରୀଙ୍କ ଉପସ୍ଥାନ ୭୫ରୁ ୩ ପ୍ରତିଶତ ହ୍ରାସ କରିଥିଲେ ।

ବିଶ୍ୱବିଦ୍ୟାଳୟର ନିଷ୍ପତ୍ତି ଅନୁଯାୟୀ, ଯେଉଁ ଛାତ୍ରୀମାନେ ମାତୃତ୍ୱ ଛୁଟିରେ ଯିବେ ସେମାନେ ୬ ମାସ ପରେ ବିନା ନାମଲେଖାରେ ପୁଣି ଥରେ ନିଜର କ୍ଲାସ ଆରମ୍ଭ କରିପାରିବେ । ମାତୃତ୍ୱ ଛୁଟିରୁ ଫେରିବା ପରେ ପ୍ରାର୍ଥୀଙ୍କ କୋର୍ସର ଅବଧିକୁ ମଧ୍ୟ ବୃଦ୍ଧି କରାଯିବ, ଫଳରେ ସେମାନଙ୍କର ପାଠପଢ଼ା ପ୍ରଭାବିତ ହେବନାହିଁ । ଆଶାୟୀଙ୍କ ମେଡିକାଲ ରେକର୍ଡକୁ ଯାଞ୍ଚ କରିବା ଓ ତାଙ୍କୁ ବିଶ୍ୱବିଦ୍ୟାଳୟର ମଞ୍ଜୁରୀ ବିନା କଲେଜରେ ପୁଣି ଥରେ ସାମିଲ କରିବା ନେଇ ଅନୁମତି ପ୍ରାପ୍ତ କରିବା ଦାୟିତ୍ୱ କଲେଜ ଅଧ୍ୟକ୍ଷଙ୍କ ଉପରେ ନ୍ୟସ୍ତ ରହିବ ।

Get real time updates directly on you device, subscribe now.