fbpx
BSKY SKY
BSKY SKY

ନିଜର ମୃତ ବୟଫ୍ରେଣ୍ଡଙ୍କ ସନ୍ତାନର ମାଆ ହେବାକୁ ଚାହୁଁଛନ୍ତି ଯୁବତୀ, ଜାଣନ୍ତୁ କିପରି

BSKY

ପ୍ରେମୀଯୁଗଳଙ୍କୁ ନେଇ କିଛି ନା କିଛି ଖବର ସବୁବେଳେ ଚର୍ଚ୍ଚାରେ ରହିଥାଏ । ପ୍ରେମକୁ ସ୍ମରଣୀୟ କରିବା ପାଇଁ ଉଭୟ ଯୁବକ ଓ ଯୁବତୀମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାନ୍ତି । ଜଣେ ଯୁବତୀ ଏଭଳି ଏକ ଅଜବ ପ୍ରକାରର ଉପାୟ ଅବଲମ୍ବନ କରିଛନ୍ତି । ଯୁବତୀ ଜଣକ ତାଙ୍କର ମୃତ ବୟଫ୍ରେଣ୍ଡଙ୍କ ମାଆ ହେବାକୁ ଚାହୁଁଛନ୍ତି । ଏଥିପାଇଁ ସମ୍ପୃକ୍ତ ଯୁବତୀ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ଅଷ୍ଟ୍ରେଲିଆରେ ରହୁଥିବା ଆୟଲା ନାମକ ଜଣେ ୨୪ ବର୍ଷୀୟା ଯୁବତୀ ଏହି ପଦକ୍ଷେପ ନେଇଛନ୍ତି । ଗତବର୍ଷ ତାଙ୍କର ବୟଫ୍ରେଣ୍ଡ ଜୋସୁଆଙ୍କର ଅଚାନକ ମୃତ୍ୟୁ ଘଟିଥିଲା । ଜୋସୁଆଙ୍କର ମୃତ୍ୟୁ ପରେ ଆୟଲା ତାଙ୍କର ସ୍ପର୍ମକୁ ସ୍ପର୍ମ ବ୍ୟାଙ୍କରେ ଜମା କରିଥିଲେ । ଆୟଲା କୋର୍ଟକୁ କହିଛନ୍ତି ଯେ, ସେ ଓ ତାଙ୍କର ବୟଫ୍ରେଣ୍ଡ ଜୋସୁଆ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ । ଏଥିସହ ସେମାନେ ୩ଟି ସନ୍ତାନ ପ୍ଲାନିଂ କରିଥିଲେ । ମାତ୍ର ତା’ ପୂର୍ବରୁ ଜୋସୁଆଙ୍କର ଅଚାନକ ମୃତ୍ୟୁ ଘଟିଥିଲା । ଆୟଲା କୃତ୍ରିମ ପ୍ରଣାଳୀରେ ଜୋସୁଆଙ୍କର ସ୍ପର୍ମ ଦ୍ୱାରା ପ୍ରେଗନେଣ୍ଟ ହେବାକୁ ଚାହୁଁଛନ୍ତି । ଜୋସୁଆଙ୍କର ପିତାମାତା ମଧ୍ୟ ଆୟଲାଙ୍କ ସହ ଏକମତ ଅଛନ୍ତି । ଯଦି କୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଆସେ, ତେବେ ସେ ପ୍ରେଗନେଣ୍ଟ ହେବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବେ ଆୟଲା ବୋଲି କହିଛନ୍ତି ।

Get real time updates directly on you device, subscribe now.