fbpx
BSKY
BJD MC SKY
BJD YOUTH SKY

(VIDEO)ଯୁବତୀ ଏକ ସଙ୍ଗେ ପିନ୍ଧିଲେ ଏତେ ସ୍ୱେଟର ଯେ କରିଦେଲେ ବିଶ୍ୱ ରେକର୍ଡ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ଯୁବତୀ ଏକାଥରକେ ସବୁଠାରୁ ଅଧିକ ସ୍ୱେଟର ପିନ୍ଧି ବିଶ୍ୱ ରେକର୍ଡ କରିଛନ୍ତି । ସେ ଏକାଥରକେ ୪୫ ସ୍ୱେଟର ପିନ୍ଧି ଏହି ରେକର୍ଡ କରିଛନ୍ତି । ଏହି ଯୁବତୀଙ୍କ ନାମ ସୋଫିଆ ହେୟଡନ । ସେ ଏହି ସମସ୍ତ ସ୍ୱେଟରକୁ ଗୋଟିକ ପରେ ଗୋଟିଏ କରି ପିନ୍ଧିଛନ୍ତି । ସେ ଗିନିଜ୍ ରେକର୍ଡରେ ସାମିଲ ହେବାର ସମସ୍ତ ନିୟମ ପାଳନ କରି ସବୁ ସ୍ୱେଟର ପିନ୍ଧିଥିଲେ । ଏହି ସମସ୍ତ ସ୍ୱେଟରକୁ ପରେ ଡୋନେଟ୍ କରି ଦିଆଯାଇଥିଲା ।

ଏହାର ଭିଡିଓ ଗିନିଜ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଏହାର କ୍ୟାପସନରେ ଲେଖାଯାଇଛି, ଏକ ସଙ୍ଗେ ସବୁଠାରୁ ଅଧିକ ୪୫ ସ୍ୱେଟର ପିନ୍ଧାଯାଇଛି ଓ ଏହା ସୋଫିଆ ଏଫ୍‌. ହେୟଡନ ପିନ୍ଧିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି ସୋଫିଆଙ୍କୁ ଜଣେ ମହିଳା ସ୍ୱେଟର ପିନ୍ଧାଉଛନ୍ତି । ଏହି ସମୟରେ ସେ କେତେବେଳେ ଡ୍ୟାନ୍ସ କରୁଛନ୍ତି ତ ପୁଣି କେତେବେଳେ ହାତ ଯୋଡୁଛନ୍ତି । ଭିଡିଓକୁ ବହୁ ସଂଖ୍ୟାରେ ଲୋକମାନେ ଦେଖିବା ସହ ମଜା ମଜା କମେଣ୍ଟ କରି ନିଜର ପ୍ରତିକ୍ରିୟା ରଖୁଛନ୍ତି ।ସୋଫିଆଙ୍କ ପୂର୍ବରୁ ୨୦୨୨ରେ ଫ୍ରାନ୍ସର ଥମସ୍ ହାକ୍ୱେଟ୍ ଉମାମ୍ବୋ ଏକସଙ୍ଗେ ୪୦ ସ୍ୱେଟର ପିନ୍ଧି ରେକର୍ଡ କରିଥିଲେ ।

Get real time updates directly on you device, subscribe now.