fbpx

(Video) ବିବାଦୀୟ ପୋଷ୍ଟର: ରାହୁଲଗାନ୍ଧୀଙ୍କୁ ‘ଭଗବାନ କୃଷ୍ଣ’ ଏବଂ ଅଜୟ ରାୟଙ୍କୁ କରାଗଲା ‘ଅର୍ଜୁନ’, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଆଜି କାନପୁରରେ ପହଁଚିଛି । ଏହାରି ମଧ୍ୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସହରରେ ଅନେକ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ପୋଷ୍ଟରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭଗବାନ କୃଷ୍ଣ ଏବଂ ଉତ୍ତରପ୍ରଦେଶ କଂଗ୍ରେସ ପ୍ରମୁଖ ଅଜୟ ରାୟଙ୍କୁ ‘ଅର୍ଜୁନ’ ବୋଲି ଦେଖାଯାଇଛି । ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, ଏକ ରଥ ଉପରେ ରାହୁଲ ଗାନ୍ଧୀ ଏବଂ ଅଜୟ ରାୟ ଯାତ୍ରା କରୁଛନ୍ତି । ଏହି ଭିଡିଓକୁ ବିବାଦୀୟ କୁହାଯାଉଛି ଏଥିପାଇଁ କାରଣ ରାହୁଲ ଗାନ୍ଧୀଙ୍କ ତୁଳନା ସିଧା ଭଗବାନ କୃଷ୍ଣଙ୍କ ସହ କରାଯାଇଛି । ଏହି ପୋଷ୍ଟରରେ ନିଶ୍ଚିତ ଭାବେ ରାଜନୈତିକ ଉତ୍ତେଜନା ସୃଷ୍ଟି କରିବ ।

କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ପୋଷ୍ଟରରେ ଶ୍ରୀମଦଭାଗବତ ଭାଗବତ ଗୀତା ଶ୍କୋକ ‘ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥ୍ୟାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ’ ମଧ୍ୟ ଲେଖାଯାଇଛି । ଏହି ଶ୍ଲୋକର ହିନ୍ଦୀରେ ଅର୍ଥ ‘ଯେବେ ଯେବେ ଧର୍ମର ହାନି ଏବଂ ଅଧର୍ମ ବୃଦ୍ଧି ହୁଏ, ସେବେ ସେବେ ମୁଁ ନିଜ ରୂପରେ ପ୍ରକଟ ହୋଇଥାଏ’ ।

Get real time updates directly on you device, subscribe now.