fbpx

ହ୍ୱାଟଆପ୍ ପ୍ରେମିକ ସହ ବାହାହେବାକୁ ୩୦୦ କିମି ଦୂର ଚାଲିଆସିଲେ ପ୍ରେମିକା, କିନ୍ତୁ ପହଞ୍ଚିଲା ବେଳକୁ..

କୁହାଯାଏ ପ୍ରେମରେ ପଡିଲେ ଲୋକ ଅନ୍ଧ ହୋଇଯାଆନ୍ତି । ସେହିପରି ଏକ ନିଆରା ପ୍ରେମ କାହାଣୀ କାନପୁର ସହରରରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ନିଜର ହ୍ୱାଟ୍ସଆପ୍ ପ୍ରେମିକ ସହ ବାହାହେବା ପାଇଁ ୩୦୦ କିମି ଦୂରର ରାସ୍ତାକୁ ଏକାକୀ ଅତିକ୍ରମ କରି ତାଙ୍କ ଘରେ ପହଞ୍ଚିଲେ । କିନ୍ତୁ ଯେତେବେଳେ ତାଙ୍କ ହ୍ୱାଟ୍ସଆପ ପ୍ରେମିକ ନାବାଳକ ବାହାରିଲା, ସେବେ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଧୂଳିସାତ୍ ହୋଇଗଲା ।

କିନ୍ତୁ ଏହି ଘଟଣାରେ ଆସିଲା ଏକ ନୂଆ ମୋଡ, ଯେତେବେଳେ ଯୁବତୀ ଜଣକ ହ୍ୱାଟ୍ସଆପ୍ ପ୍ରେମିକଙ୍କୁ ଛାଡି ତାଙ୍କ ବଡ ଭାଇଙ୍କୁ ବାହାହେବା ପାଇଁ ଜିଦି ଧରିଥିଲେ । ଖାସ୍ କଥା ହେଉଛି କି, ଏଲଏଲବି କରୁଥିବା ଯୁବତୀ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ପ୍ରେମିକ ହିନ୍ଦୁ ଧର୍ମ ସମ୍ପ୍ରଦାୟର ।

ସବିନା ନାମକ ଏହି ଯୁବତୀର କହିବା ମୁତାବକ, ତାଙ୍କ ପିତା ଶାହାଜାହାନପୁରର ଜଣେ ଇଞ୍ଜିନିୟର । ପିଲାବେଳରୁ ମା’ଙ୍କ ମୃତ୍ୟୁ ପରେ ପିତା ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ସାବତ ମା’ ତାଙ୍କ ପ୍ରତି ଅତ୍ୟାଚାର କରୁଥିଲେ । ପରେ ସବିନାଙ୍କର କାନପୁରର ପାରୋଲି ଗାଁରେ ରହୁଥିବା ଅମିତଙ୍କ ସହ ହ୍ୱାଟ୍ସଆପରେ ବନ୍ଧୁତା ହୋଇଥିଲା । ଏହି ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଗଲା ।

ନିଜ ସାଥୀକୁ ବାହାହେବାକୁ ସବିନା ୩୦୦ କିମି ଦୂରର ରାସ୍ତା ଅତିକ୍ରମ କରି ପାରୋଲିରେ ପହଞ୍ଚିଥିଲେ । ଅନେକ ରାସ୍ତା ତାଙ୍କୁ ଚାଲିବାକୁ ପଡିଛି ଓ ବହୁ ଲୋକଙ୍କ ସାହାର୍ଯ୍ୟରେ ସେ ବସ୍ ଓ ଟିକେଟ୍ କିଣି ଆସିଛନ୍ତି । କିନ୍ତୁ ସବିନାଙ୍କୁ ଯେବେ ଜଣାପଡିଲା କି, ତାଙ୍କ ପ୍ରେମିକ ଜଣେ ନାବାଳକ ସେବେ ତାଙ୍କ ବାହାହେବାର ଭୂତ ଛାଡିଗଲା । ସବିନାଙ୍କୁ ୨୪ ବର୍ଷ ହୋଇଥିବା ବେଳେ ଅମିତ ତାଙ୍କଠାରୁ ୫ ବର୍ଷ ସାନ । ଏବେ ସବିନା ଅମିତଙ୍କ ଘର ବାହାରେ କ୍ୟାମ୍ପ କରି ରହୁଛନ୍ତି ।

ସବିନା କହିଛନ୍ତି ଯେ, ମୁଁ ଅମିତଙ୍କୁ ବାହାହେବାକୁ ଆସିଥିଲି । ତାଙ୍କ ଘର ଲୋକ କହିଲେ କି ଅମିତ ମୋ ଠାରୁ ସାନ । ଏହା ସହ ତାଙ୍କ ବଡ ଭାଇ ମଧ୍ୟ ବିବାହିତ ନୁହନ୍ତି । ଏଥିପାଇଁ ତାଙ୍କ ବଡଭାଇଙ୍କ ସହ ମୁଁ ବାହା ହେବାକୁ ପ୍ରସ୍ତାବ ରଖିଲି । କିନ୍ତୁ ମୁୁଁ ଘରକୁ ଫେରିବି ନାହିଁ, କାରଣ ସେଠାରେ ମୋ ପାଇଁ ବିପଦ ଅଛି । ଅନ୍ୟପଟେ ଅମିତ କହିଛନ୍ତି ଯେ ସବିନାଙ୍କ ସହ ମୋର ହ୍ୱଟ୍ସଆପରେ ବନ୍ଧୁତା ଥିଲା, କିନ୍ତୁ କେବେ ବାହାହେବା ବିଷୟରେ ଆଲୋଚନା ହୋଇନଥିଲା ।

Get real time updates directly on you device, subscribe now.