fbpx

ଯୁବକଙ୍କୁ ଗର୍ଲଫ୍ରେଣ୍ଡ ମାଗିଲେ ଆଇଫୋନ୍, ସୋନୁ ଟୁଇଟରରେ ଦେଲେ ମଜାଦାର୍ ଜବାବ୍

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ କରୋନା କାଳରେ ଅସୁବିଧା ଓ ଅଭାବ ଅନଟନ ଦେଇ ଗତି କରୁଥିବା ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି । ସୋନୁ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚାଉଛନ୍ତି । ଲୋକମାନେ ଟୁଇଟର୍ ଜରିଆରେ ସାହାଯ୍ୟ ମାଗିବା କ୍ଷଣି ସେମାନଙ୍କ ପାଖରେ ସହାୟତା ପହଞ୍ଚିଯାଉଛି । ତେବେ ଇତି ମଧ୍ୟରେ କିଛି ଲୋକ ଏପରି କିଛି ଲେଖି ଟୁଇଟ୍ କରୁଛନ୍ତି ଯାହା ଖୁବ୍ ମଜାଦାର୍ ଅନୁଭବ ଦେଉଛି । ତେବେ ଇତି ମଧ୍ୟରେ ଜଣେ ଯୁବକ ଏମିତି କିଛି ସୋନୁଙ୍କୁ କହିଛନ୍ତି ଯାହା ତାଙ୍କୁ ଖୁବ୍ ହସାଇଛି ।

ତେବେ ଜଣେ ଇଞ୍ଜିନିୟରିଂ ଯୁବକ ଟୁଇଟ୍ କରି କହିଛନ୍ତି ଯେ, “ଭାଇ ମୋର ଗର୍ଲଫ୍ରେଣ୍ଡ ଆଇଫୋନ୍ ମାଗୁଛି, ତାର କିଛି ହୋଇପାରିବ କି?”… ଏହି ଟୁଇଟ୍ କୁ ୟୁଜର୍ ଜଣକ ସୋନୁ ସୁଦ୍ ଏବଂ ତାଙ୍କ ଫାଉଣ୍ଡେସନ୍ ର ଟୁଇଟର୍ ଆକାଉଣ୍ଟକୁ ଟ୍ୟାଗ୍ କରି ସେୟାର୍ କରାଯାଇଥିଲା । ତେବେ ସୋନୁ ଏହି ଯୁବକର ଟୁଇଟ୍ ର ଜବାବ ଦେବାକୁ ଯାଇ ଲେଖିଥିଲେ, “ତାର ତ ଠିକଣା ନାହିଁ, ହେଲେ ଯଦି ଆଇଫୋନ୍ ଦେବୁ ତାହେଲେ ତୋର୍ କିଛି ବି ବଞ୍ଚିବନି” ।

ସୋନୁଙ୍କର ଏହି ଉତ୍ତରକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି । ତେବେ ତାଙ୍କର ଏହି ପୋଷ୍ଟକୁ ଖୁବ୍ ଭାଇରାଲ୍ କରାଯାଉଛି । ତେବେ ସୋନୁ ବର୍ତ୍ତମାନ ସୁଦ୍ଧା ଲୋକମାନଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରୁଛନ୍ତି । କୋଭିହ୍ ର ଦ୍ୱିତୀୟ ଲହରରେ ରୋଗୀ ମାନଙ୍କୁ ବେଡ୍ ଠାରୁ ଆରମ୍ଭ କରି ଅକ୍ସିଜେନ୍ ଏବଂ ମେଡିସିନ୍ ଆଦି ଯୋଗାଇବାରେ ସେ ଅନେକ ସାହାଯ୍ୟ କରୁଛନ୍ତି ।

Get real time updates directly on you device, subscribe now.