ପ୍ରେମିକା Bad Boy କହି ଧୋକା ଦେଲା, ପ୍ରେମିକ ବନିଗଲା IAS
ପ୍ରେମିକାର ଧୋକା ପାଇଁ ମନରେ ଜାଗ୍ରତ ହେଲା ଜିଦ୍। ଖରାପ ପିଲା କହି ହାତ ଛାଡ଼ିଦେଲା ପ୍ରେମିକା। ଆଉ ସେହି ଜିଦରେ ପ୍ରେମିକ କ୍ରାକ୍ କଲା UPSC। ଫିଲ୍ମ କାହାଣୀର ବାସ୍ତବ ଚିତ୍ର।
ବିହାର: ପ୍ରେମିକାର ଧୋକା ସହିବା ବଡ଼ କଷ୍ଟ। ଆଉ ଏହି ଧୋକା ଜଣେ ଯୁବକକୁ ଆଇଏଏସ୍ ବନିବାକୁ ବାଧ୍ୟ କରିଦେଇଛି। ବିହାରର ଆଦିତ୍ୟ ନିଜ ପ୍ରେମିକାଠୁ ଧୋକା ପାଇବା ପରେ UPSC କ୍ରାକ୍ କରିଛନ୍ତି।
ପିଲାବେଳୁ ବୋହୁତ ଦୁଷ୍ଟ ଥିଲେ। ସେଥିପାଇଁ ପ୍ରେମିକା Bad Boy କହି ହାତ ଛାଡ଼ିଦେଲା। ଆଉ ସେହି ପଦକ କଥା ଆଦିତ୍ୟ ପାଣ୍ଡେଙ୍କୁ IAS ବନିବାକୁ ମନରେ ଜିଦ୍ ଆଣିଦେଲା।
ଫିଲ୍ମର ବାସ୍ତବ କାହାଣୀ: ବଲିଉଡ଼ର ସୁପରହିଟ୍ ଫିଲ୍ମ ସାଦି ମେଁ ଜରୁର ଆନା। ଏହି କାହାଣୀ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା। ପ୍ରେମିକାର ଧୋକାକୁ ସହି ପାରି ନଥିଲେ ଫିଲ୍ମର ହିରୋ।
ହେଲେ ପ୍ରେମିକାର ସେହି ଧୋକା ତାଙ୍କୁ IAS ବନିବାକୁ ସାହାସ ଦେଲା। ଠିକ୍ ସେହିପରି ଏବେ ବାସ୍ତବରେ ଏକ ଘଟଣା ଘଟିଛି ବିହାର ପାଟନା ଜିଲ୍ଲାର ବିଶୁନ ପୁର ଗ୍ରାମରେ।
ପିଲାବେଳୁ ଥିଲେ ଦୁଷ୍ଟ: ଆଦିତ୍ୟ ପାଣ୍ଡେ ପିଲାଦିନରୁ ଖୁବ ଦୁଷ୍ଟ ଥିଲେ। ସେଥିପାଇଁ ପରିବାର ଲୋକେ ତାଙ୍କୁ ଜାମନଗରରେ ଥିବା ଭଉଣୀ ପାଖକୁ ପଠାଇ ଦେଇଥିଲେ।
୮ମ ଏବଂ ୯ମ ଖୁବ ଭଲ ପଢୁଥିଲେ ଆଦିତ୍ୟ। ହେଲେ ୧୦ମ ଶ୍ରେଣୀରେ ପ୍ରେମରେ ପଡି ପାଠପଢା ଖରାପ କରିଦେଲେ। ଦଶମ ରେଜଲ୍ଟ ଖରାପ ହେବାରୁ ବାପା ତାଙ୍କୁ ପୁଣି ପାଟନା ନେଇ ଆସିଲେ ।
ବିଗିଡ଼ି ଗଲା କ୍ୟାରିୟର: ଆଦିତ୍ୟ ଯେତେବେଳେ ସ୍କୁଲରେ ପଢ଼ୁଥିଲେ। , ସେତେବେଳେ ଜଣେ ସାର ତାଙ୍କ ଉପରେ ରାଗିକି କହିଥିଲେ, ଏଇ ତା ଜୀବନରେ କେବେ କିଛି କରିପାରିବ ନାହିଁ।
ହେଲେ ଆଦିତ୍ୟ ସ୍କୁଲ ସାରିବା ପରେ ଇଂଞ୍ଜିନିୟରିଂ କଲେ। ପ୍ରଥମ ସେମିଷ୍ଟାର ରେଜଲ୍ଟ ଖୁବ ଭଲ ରହିଲା। ହେଲେ ସେକେଣ୍ଡ ସେମିଷ୍ଟାର ବେଳକୁ ତାଙ୍କୁ ଗର୍ଲଫ୍ରେଣ୍ଡ ଛାଡି ଦେଲା।
ପରେ ସେ ଖୁବ୍ ଭାଙ୍ଗି ପଡ଼ିଲେ। ହେଲେ ଅନେକ ଚେଷ୍ଟା କରି ସେ ଦୁଃଖରୁ ବାବାରିଲେ। ଏବଂ ବିଟେକ ସାରି ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ କଲେ।
ଚାକିରୀ ଛାଡ଼ିଦେଲେ: ହେଲେ କିଛି ଦିନ ପରେ ସେ ଚାକିରୀ ବି ଛାଡ଼ିଦେଲେ। ପରେ ଏମବିଏ କଲେ। ୨୦୧୫ରେ ୯୫ ପର୍ସେଣ୍ଟ ସହ ସଫଳତା ହାସଲ କଲେ। ଆଇଆଇଟି ରୁରକୀରେ ନାମ ଲେଖାଇଲେ।
ସେଠାରେ ପୁଣି ପ୍ରେମରେ ପଡିଗଲେ ଆଦିତ୍ୟ। ୬ମାସ କାଳ ପ୍ରେମ ସମ୍ପର୍କ ବେଶ ଭଲ ରହିଲା । ହେଲେ ତା ପରେ ଆଦିତ୍ୟଙ୍କୁ ଅତି ଖରାପ ପିଲା ବୋଲି କହି ପ୍ରେମିକା ଛାଡି ଚାଲିଗଲା।
ଏହାପରେ ରାଗରେ ଆଦିତ୍ୟ କହିଥିଲେ, ୟୁପିଏସସି ଦେବି ଏବଂ ଆଇଏଏସ ହେବି। ବାସ୍ ଏହି ଜିଦ୍ ଆଦିତ୍ୟଙ୍କୁ ସଫଳତା ଆଡ଼କୁ ବାଟ କଢ଼ାଇନେଲା।
UPSC କ୍ରାକ୍: ଆଦିତ୍ୟ ବିନା ପ୍ରସ୍ତୁତିରେ ୨୦୨୦ରେ ପ୍ରଥମ ୟୁପିଏସସି ପରୀକ୍ଷା ଦେଇଥିଲେ। ହେଲେ ଅସଫଳ ହୋଇଥିଲେ। ଏହାପରେ ୨ୟ ଥର ପାଇଁ ୨୦୨୧ରେ ପୁଣିଥରେ ପରୀକ୍ଷା ଦେଲେ।
ହେଲେ ସେଥିରେ ବି ସଫଳ ହୋଇ ପାରିଲେ ନାହିଁ । ତଥାପି ସେ ଭାଙ୍ଗି ପଡିନଥିଲେ । ଆଉ ଏକ ଆଟେମ୍ପ୍ଟ ପାଇଁ ଲାଗି ପଡ଼ିଲେ । ଜୀ-ଜାନ ଲଗାଇ ପଢିଲେ । ହେଲେ ଏଥର ତାଙ୍କ ପରିଶ୍ରମ ବୃଥା ଯାଇ ନ ଥିଲା ।
୨୦୨୨ରେ ସେ ପ୍ରିଲିମନାରୀ ଏବଂ ମେନ୍ସ କ୍ଲିୟର କରିଥିଲେ । ଏହା ପରେ ଥିଲା ଇଣ୍ଟରଭ୍ୟୁ । ସେଥିରେ ମଧ୍ୟ ସେ ଭଲ କରିଥିଲେ । ଯେତେବେଳେ ରେଜଲ୍ଟ ଆସିଲା ସେତେବେଳେ ସେ ମେନ୍ସରେ ୮୨୨ ଏବଂ ଇଣ୍ଟରଭ୍ୟୁରେ ୧୯୦ ଏହିପରି ୧୦୧୨ ନମ୍ବର ରଖି ୪୮ ରାଙ୍କ ପାଇଥିଲେ ।
ପରେ ଆଦିତ୍ୟ ପହଞ୍ଚିଥିଲେ ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀରେ। ସେଠାରେ ଟ୍ରେନିଂ ଶେଷ କରି ଝାରଖଣ୍ଡରେ ପାଇଥିଲେ ନିଯୁକ୍ତି।