fbpx

ପ୍ରେମର ଭୟଙ୍କର ଚିତ୍ର; ଘରକୁ ଡକାଇ ଯୁବକଙ୍କ ଗୁପ୍ତାଙ୍ଗ କାଟିଲା ପ୍ରେମିକାର ଭାଇ

ନୂଆଦିଲ୍ଲୀ: ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ବେଳେବେଳେ ପୋଲିସ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିହାରର ମୁଜଫରପୁରରୁ ଆସିଛି ଛାତିଥରା ଖବର । ଯୁବକଙ୍କ ଗୁପ୍ତାଙ୍ଗ କାଟିଲା ପ୍ରେମିକାର ଭାଇ । ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି ପୀଡିତ ଯୁବକଙ୍କ ବାପା । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି ପୋଲିସ । ପୀଡ଼ିତଙ୍କ ବାପା ଅଭିଯୋଗରେ କହିଛନ୍ତି, ‘ମୋର ପୁଅ ଓ ଏକ ଯୁବତୀଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଏ ସମ୍ପର୍କକୁ ଯୁବତୀଙ୍କ ପରିବାରଲୋକ ଗ୍ରହଣ କରୁ ନଥିଲେ। ସେମାନେ ମୋ ପୁଅକୁ ଝିଅ ମାଧ୍ୟମରେ ଡକାଇ ତାର ଏଭଳି ଅବସ୍ଥା କରିଛନ୍ତି ।

କିଛିଦିନ ତଳେ ଯୁବତୀ ମୋର ପୁଅକୁ ଫୋନ କରି କହିଥିଲା କି ତା ବାପାଙ୍କ ହୃତଘାତ ହୋଇଛି ଡାକ୍ତରଙ୍କ ପାଖକୁ ନେବାକୁ ପଡ଼ିବ । ପୁଅ ଯୁବତୀଙ୍କ ଠାରୁ ଏଭଳି ଫୋନ କଲ ପାଇ ତୁରନ୍ତ ଯାଇ ତାଙ୍କ ଘରେ ପହଞ୍ଚିଯାଇଥିଲା। ଯୁବତୀଙ୍କ ଘରେ ମୋ ପୁଅ ପହଞ୍ଚିବା ପରେ ତାର ଭାଇ ଧାରୁଆ ଅସ୍ତ୍ରରେ ମୋ ପୁଅର ଗୁପ୍ତାଙ୍ଗ କାଟି ଦେଇଥିଲା। ଏହି ସମୟରେ ଯୁବତୀଙ୍କ ମାଆ ଓ ବାପା ଉଭୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।’ ସେପଟେ ଏହି ଘଟଣାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି, ‘ ଅଭିଯୋଗ ମୁତାବକ ଯୁବତୀଙ୍କ ଭାଇ, ମାଆ ଓ ବାପାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏଥିସହିତ ଯୁବତୀଙ୍କୁ ଏହି ଘଟଣା ବିଷୟରେ ପଚାରିବାରୁ ସେ କହିଛି ‘ମୋତେ ଘରଲୋକ ଧମକ ଦେଇ ଅର୍ଜୁନ କୁମାରଙ୍କୁ ଡାକିବାକୁ କହିଥିଲେ। ମୁଁ ଘର ଲୋକଙ୍କ କଥାରେ ଅର୍ଜୁନଙ୍କୁ ମିଛ କହି ଘରକୁ ଡାକିଥିଲି। ଅର୍ଜୁନ ଘରେ ପହଞ୍ଚିବା ପରେ ଭାଇ ତାଙ୍କର ଏଭଳି ଅବସ୍ଥା କରିବ ବୋଲି ମୁଁ ଜାଣି ନଥିଲି।’

Get real time updates directly on you device, subscribe now.