fbpx
BJD
BJD SKY
BJD SKY

ମ୍ୟାରେଜ୍ ପରେ ଝିଅମାନେ ମୋଟା ହୋଇଯାଆନ୍ତି, ଜାଣନ୍ତୁ ଏହା ପଛର ଅସଲ ରହସ୍ୟ

BJD

ପୃଥିବୀର ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି । ତେବେ ଭାରତୀୟ ସମାଜରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ । ସାଧାରଣତଃ ଦେଖାଯାଇଥାଏ ଯେ, ବିବାହ ପରେ ଉଭୟ ପୁଅ ଓ ଝିଅଙ୍କର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ହୋଇଥାଏ । ବିଶେଷ କରି ଝିଅମାନଙ୍କର ମାନସିକ ଓ ଶାରୀରିକ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆମେ ସାଧାରଣତଃ ଦେଖିବାକୁ ପାଉ ଯେ, କିଛି ଝିଅମାନେ ବାହାଘର ପରେ ଅଧିକ ସୁନ୍ଦର ଓ ମୋଟା ହୋଇଯାଇଥାନ୍ତି । ଏପରି ପରିବର୍ତ୍ତନ ପଛରେ ଅନେକ କାରଣ ରହିଛି । ଆସନ୍ତୁ ଜାଣିବା ସେହି ବିଷୟରେ-

୧- ବାହାଘର ପରେ ଝିଅମାନେ ନୂଆ ଜୀବନସାଥୀ ସହିତ ଖୁସିରେ ଜୀବନ ଅତିବାହିତ କରିବାରେ ବ୍ୟସ୍ତ ରହି ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ । ବୈବାହିକ ଜୀବନକୁ ଉପଭୋଗ କରିବାକୁ ଯାଇ ବାହାରେ ବୁଲିବା ସମୟରେ ବାହାରର ଖାଇବା ଖାଇଥାନ୍ତି । ନୂଆ ନୂଆ ବିବାହ କରିବା ପରେ ଝିଅମାନେ ସର୍ବଦା ଖୁସିରେ ରହିଥାନ୍ତି । ଏହି କାରଣଗୁଡ଼ିକ ସେମାନଙ୍କର ମୋଟାପଣର ଅନ୍ୟତମ କାରଣ ସାଜିଥାଏ ।

୨- ବିବାହ ପରେ ଶାରୀରିକ ସମ୍ପର୍କ ରକ୍ଷା କରିବା ଦ୍ୱାରା ଝିଅମାନଙ୍କର ଶରୀରରେ ହରମୋନରେ ପରିବର୍ତ୍ତନ ଘଟିଥାଏ । ଏହି ହରମୋନ ଯୋଗୁଁ ସେମାନଙ୍କର ଓଜନ ବୃଦ୍ଧି ଘଟିଥାଏ ।

୩- ବିବାହ ପୂର୍ବରୁ ଝିଅମାନେ ନିଜର ଶାରୀରିକ ଫିଟନେସ ପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି । ମାତ୍ର ବିବାହ ପରେ ପରିବାରର ଅନେକ କାର୍ଯ୍ୟ ସେମାନେ ତୁଲାଇଥାନ୍ତି। ଛୁଆପିଲାଙ୍କ ଯତ୍ନ, ଶାଶୂ ଶ୍ୱଶୁର, ସ୍ୱାମୀ ତଥା ଅନ୍ୟ ପରିବାର ସଦସ୍ୟଙ୍କ କଥା ବୁଝିବାକୁ ଯାଇ ସେମାନେ ନିଜର ଖାଦ୍ୟପେୟ, ଶାରୀରିକ ଯତ୍ନ ଆଦି ପ୍ରତି ଅବହେଳା ସେମାନଙ୍କର ସ୍ୱାସ୍ଥ୍ୟ ପରିବର୍ତ୍ତନର ଅନ୍ୟତମ କାରଣ ସାଜିଥାଏ ।

୪- ଆଜିର ଆଧୁନିକ ଯୁଗରେ ବହୁ ଲୋକ ବିଳମ୍ବରେ ବିବାହ କରୁଥିବାର ଦେଖାଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ପାଖାପାଖି ୩୦ ବର୍ଷ ବୟସରେ ବିବାହ କରୁଥିବା ଝିଅମାନଙ୍କର ମେଟାବୋଲିକ ହାର ହ୍ରାସ ପାଇଥାଏ । ଫଳରେ ଏହା ଓଜନ ବୃଦ୍ଧିରେ ସହାୟକ ହୋଇଥାଏ ।

୫- ବଡ଼ ପରିବାରରେ ସମସ୍ତ ସଦସ୍ୟଙ୍କ ପାଇଁ ରୋଷେଇ କରିବା ଦାୟିତ୍ୱ ଗୃହଣୀଙ୍କ ଉପରେ ନ୍ୟସ୍ତ ଥାଏ । କିଛି ଗୃହିଣୀ ବଳକା ଖାଦ୍ୟକୁ ନ ଫୋପାଡ଼ି ନିଜେ ଖାଇ ନିଅନ୍ତି । ଏପରି ଖାଇବା ଅଭ୍ୟାସ ଦୀର୍ଘଦିନ ଜାରି ରହିବା ଗୃହିଣୀମାନଙ୍କର ମୋଟାପାର ଅନ୍ୟତମ କାରଣ ସାଜିଥାଏ ।

Get real time updates directly on you device, subscribe now.