fbpx

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର, ୨୬ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ସବୁଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ଲଜ୍ଜାକାର ଘଟଣା ସାମ୍ନାକୁ ଆସିଛି । ରାଜଧାନୀରେ ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏୟାରପୋର୍ଟ ଥାନା ଅଞ୍ଚଳରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହାସହ ଅଭିଯୁକ୍ତ ଓ ପୀଡ଼ିତା ଗୋଟଏ ଅଞ୍ଚଳର ବୋଲି ସୂଚନା ମିଳିଛି । ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Get real time updates directly on you device, subscribe now.