fbpx

ଶିବରାଜଙ୍କ ବଡ଼ ଘୋଷଣା-କଲେଜରେ ପଢ଼ୁଥିବା ଝିଅମାନଙ୍କୁ ମିଳିବ ୨୫ ହଜାର ଟଙ୍କାର ସ୍କଲାରସିପ୍

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁ ଝିଅମାନେ ଆଇଆଇଟି, ଆଇଆଇଏମ, ଏନଇଇଟି ବା ଘରୋଇ-ସରକାରୀ ଶିକ୍ଷା ପ୍ରତିଷ୍ଠାନରେ ଆଡମିଶନ ନେଉଛନ୍ତି, ସେମାନଙ୍କୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୋସ୍ ଫିସ୍ ଦେବେ ସରକାର । ମିଣ୍ଟୋ ହଲରେ ଆୟୋଜିତ ‘ଲାଡଲି ଲକ୍ଷ୍ମୀ ଉତ୍ସବ’ରେ ଏହାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘ଝିଅମାନେ ସ୍କୁଲରୁ ବାହାରି କଲେଜରେ ଆଡମିଶନ କରିବା ମାତ୍ରେ ସରକାର ସେମାନଙ୍କୁ ୨୫ ହଜାର ଟଙ୍କା ଦେବେ । ଏହି ଟଙ୍କା ଅଲଗା ଦିଆଯିବ । ପୂର୍ବରୁ ମିଳୁଥିବା ଲାଭରେ ଏହା ସାମିଲ ହେବ ନାହିଁ ।’

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିବରାଜ ୨୧ ହଜାର ୬୫୦ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫.୯୯ କୋଟି ଟଙ୍କା ସ୍କଲାରସିପ୍ ଟ୍ରାନ୍ସଫର କରି ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ୪୦ ଲକ୍ଷରୁ ଅଧିକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅନଲାଇନ୍ ମାଧ୍ୟରେ ଯୋଗ ଦେଇଥିଲେ । ଏହି ଅବସରରେ ଝିଅମାନଙ୍କ ଉପରେ ଅନାବଶ୍ୟକ ଚାପ ନଦେବାକୁ ପିତା-ମାତାଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.