fbpx
BSKY
BJD MC SKY
BJD YOUTH SKY

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏଣିକି ଝିଅମାନେ ମାଗଣାରେ ପଢ଼ିବେ ମେଡିକାଲ, IIM ଓ IIT ପାଠ: ଜାଣନ୍ତୁ କେଉଁ ରାଜ୍ୟରେ ଘୋଷଣା ହେଲା

ନୂଆଦିଲ୍ଲୀ: ଝିଅମାନଙ୍କ ପାଠପଢ଼ା ନେଇ ଏଣିକି ଆଉ ଚିନ୍ତା ନାହିଁ । ଝିଅମାନଙ୍କୁ ମାଗଣାରେ ମେଡିକାଲ, ଆଇଆଇଏମ ଓ ଆଇଆଇଟି ପାଠ ପଢ଼ାଇବେ ସରକାର । ନିକଟରେ ମଧ୍ୟପ୍ରଦେଶ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଛାତ୍ରୀଙ୍କ ଶିକ୍ଷାକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏହି ସମସ୍ତ ଶିକ୍ଷା ପାଇଁ ରାଜ୍ୟ ସରକାର ଫିସ୍ ଭରିବେ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଘୋଷଣା କରିଛନ୍ତି ।

ସିଏମ୍ କହିଛନ୍ତି ଯେ, ଝିଅମାନେ ମେଡିକାଲ, ଆଇଆଇଟି, ଆଇଆଇଏମ କିମ୍ବା କୌଣସି ପ୍ରକାର ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ ରାଜ୍ୟ ସରକାର ପୂରା ଫିସ୍ ଭରିବେ । ରାଜ୍ୟରେ ଲାଡଲୀ ଲକ୍ଷ୍ମୀ ଯୋଜନା ଚମକ୍ରାର ଭାବେ ଆଗେଇ ଚାଲିଛି । ରାଜ୍ୟରେ ଝିଅମାନଙ୍କ ଲିଙ୍ଗାନୁପାତ ବୃଦ୍ଧି ପାଇ ୯୫୬ରେ ପହଞ୍ଚିଛି । ଡାକ୍ତରୀ ପାଠ ପଢ଼ିବା ପାଇଁ ଘରୋଇ ମେଡିକାଲ କଲେଜରେ ୭ରୁ ୮ ଲକ୍ଷ ଫିସ୍ ଲାଗିଥାଏ ।

ଏଣିକି ଝିଅମାନଙ୍କର ଏହିସବୁ ଶିକ୍ଷାର ଫିସ୍ ଭରଣା କରିବେ । ଦ୍ୱାଦଶ ପାସ କରିବା ପରେ କଲେଜରେ ପ୍ରବେଶ କରୁଥିବା ଲାଡଲୀ ଲକ୍ଷ୍ମୀମାନଙ୍କୁ ୨୫ ହଜାର ଟଙ୍କା ଦୁଇଟି କିସ୍ତିରେ ଦିଆଯିବ । ଭୋପାଳର ଲାଲ ପରେଡ ମୈଦାନରେ ଲାଡଲୀ ଉତ୍ସବ ପାଳନ ଅବସରରେ ସିଏମ ଲାଡଲୀ ଲକ୍ଷ୍ମୀ ଯୋଜନା ୨.୦ର ଶୁଭାରମ୍ଭ କରିଥିଲେ । ଝିଅମାନଙ୍କ ମୁହଁରେ ହସି ଦେଖିଲେ ମୋ ଜୀବନ ସଫଳ ହୋଇଥାଏ ବୋଲି ଶିବରାଜ ଏହି ଅବସରରେ କହିଥିଲେ ।

Get real time updates directly on you device, subscribe now.