fbpx

ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ୨୩ ହଜାର କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ର୨୩ ହଜାର କୋଟିର ସାମୁଦ୍ରିକ ପ୍ରକଳ୍ପକୁ ମୋଦୀ ସ୍ୱୀକୃତି ପ୍ରଦାନ କରିଛନ୍ତି । ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦୀର୍ଘକାଳୀନ ପ୍ରକଳ୍ପ ‘ଅମୃତ କାଳ ଭିଜନ-୨୦୪୭’ର ଅନାବରଣ କରିବା ସହ ‘ମେକ ଇନ୍ ଇଣ୍ଡିଆ, ମେଡ ଫର ୱାର୍ଲ୍ଡ’ ମନ୍ତ୍ର ଦେଇଥିଲେ ।

ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀରେ ଏହା ୩ୟ ସଂସ୍କରଣ ହୋଇଥିବା ବେଳେ ମୁମ୍ବାଇ ମେଟ୍ରୋପଲିଟାନ ରିଜିଅନ ଡେଭଲପମେଣ୍ଟ ଅଥରିଟି (ଏମଏମଆରଡିଏ) ପଡ଼ିଆରେ ଏହା ଆୟୋଜିତ ହୋଇଥିଲା । ଏହି ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଡେପୁଟି ସିଏମ୍ ମଧ୍ୟ ସାମିଲ ହୋଇଥିଲେ । ଏହା ପୂର୍ବରୁ ୨୦୨୧ ସଂସ୍କରଣ ସମୟରେ ସାରା ଦୁନିଆ କରୋନାକୁ ନେଇ ଅନିଶ୍ଚିତତା ଘେରରେ ରହିଥିଲା । ମାତ୍ର ଏବେ କରୋନା ପରେ ସାରା ବିଶ୍ୱ ଏକ ନୂଆ ଅର୍ଡରର ଆକାର ନେଉଥିବା ମୋଦୀ କହିଥିଲେ ।

ମୋଦୀ ସମ୍ପୂର୍ଣ୍ଣ ଭାବେ ଭରସା ଦେଇ କହିଥିଲେ, ବିଶ୍ୱର ଟପ-୩ ଅର୍ଥନୀତି ହେବା ଭାରତ ପାଇଁ ଆଉ ବେଶି ଦୂର ନୁହେଁ । ପରିବର୍ତ୍ତିତ ୱାର୍ଲ୍ଡ ଅର୍ଡରରେ ଭାରତକୁ ସାରା ବିଶ୍ୱ ନୂଆ ଆକାଂକ୍ଷା ଭାବେ ଦେଖୁଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦୁନିଆରେ ଭାରତର ଅର୍ଥବ୍ୟବସ୍ଥା କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛି । ଯେତେବେଳେ ଭାରତର ସାମୁଦ୍ରିକ କ୍ଷମତା ସୁଦୃଢ଼ ହେଉଛି, ସେହି ସମୟରେ ବିଶ୍ୱକୁ ବହୁତ ଲାଭ ମିଳିଛି । ଇତିହାସ ଏହାର ମୁକସାକ୍ଷୀ ହୋଇ ରହିଛି । ଏହି ସେକ୍ଟରକୁ ସଶକ୍ତ କରିବା ପାଇଁ ଗତ ୯ ବର୍ଷ ଧରି ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.