fbpx
BJD SKY
BJD SKY

ଆସନ୍ତା ୨୯ରୁ ଭୁବନେଶ୍ୱର-ଗୌହାଟି ବିମାନ ସେବା : ଏହି ସମୟରେ ଦୈନିକ ହେବ ଚଳାଚଳ

BJD

ଭୁବନେଶ୍ୱର : ବର୍ତ୍ତମାନ ଯାତ୍ରୀଙ୍କ ସୁବିଧା ପାଇଁ ଚାରିଆଡେ ବିମାନ ସେବା ଯୋଗାଇ ଦିଆ ଯାଉଛି । ତେବେ ଆକ୍ଟୋବର ୨୯ ତାରିଖରୁ ଭୁବନେଶ୍ୱରରୁ-ଗୌହାଟିକୁ ବିମାନ ସେବା ଯୋଗାଇ ଦିଆଯିବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ବିମାନ ଚଳାଚଳ ହେବ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଦୈନନ୍ଦିନ ବିମାନ ଭୁବନେଶ୍ୱରରୁ ୧ଟା ୨୫ ମିନିଟରେ ଉଡାଣ ଭରି ୨ଟା ୫୫ ମିନିଟରେ ଗୌହାଟିର ବିମାନ ବନ୍ଦରରେ ଅବତରଣ କରିବ । ସେହିପରି ବିମାନ ଗୌହାଟିରୁ ୩ଟା ୫୦ରେ ଛାଡି ୫ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବୋଲି କୁହାଯାଇଛି ।

 

Get real time updates directly on you device, subscribe now.