fbpx

ନିଜ ରିସ୍କରେ ଯାଆନ୍ତୁ ମିଜୋରାମ, କିଛି ହେଲେ ଆମେ ଦାୟୀ ରହିବୁ ନାହିଁ

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ମଧ୍ୟରେ ଅନ୍ତଃରାଜ୍ୟ ସୀମା ବିବାଦ ହିଂସାତ୍ମକ ରୂପ ନେଇଛି । ଏଭଳି ପରିସ୍ଥିତି ରେ ଆସାମ ସରକାର ନିଜର ରାଜ୍ୟର ଲୋକମାନଙ୍କୁ ମିଜୋରାମ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ ଆସାମ ସରକାର ଏହା ମଧ୍ୟ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ମିଜୋରାମ ଯାଉଛନ୍ତି, ଆଉ ସେଠାରେ ଯଦି କିଛି ଘଟେ ସେଥିପାଇଁ ସେମାନେ ନିଜେ ଦାୟୀ ରହିବେ । ସରକାର ଏଥିପାଇଁ ଦାୟୀ ରହିବେ ନାହିଁ । ଆସାମ ସରକାର ଗୁରୁବାର ଏହି ଯାତ୍ରା ପରାମର୍ଶ ଜାରି କରିବା ବେଳେ ସୀମାରେ ଅଶାନ୍ତ ପରିସ୍ଥିତି ସମ୍ପର୍କରେ ଲୋକମାନଙ୍କୁ ଚେତାଇଥିଲେ । ଏଥିସହିତ ସେଠାରେ ରହୁଥିବା ଏବଂ କାମ କରୁଥିବା ରାଜ୍ୟ ମାନଙ୍କୁ ସାବଧାନର ସହ ରହିବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ କଛାର ଜିଲ୍ଲାରେ ସଂରକ୍ଷକ ମନ୍ତ୍ରୀ ଅଶୋକ ସିଂଘଲୀ କହିଛନ୍ତି ଯେ, ଭିଡିଓ ଫୁଟେଜ୍ ଜାରି କରି ମିଜୋରାଗ ନାଗରିକ ମାନେ ଆମକୁ ଧମକ ଦେଉଛନ୍ତି ଏବଂ ଅନେକ ଅସ୍ତ୍ର ଶସ୍ତ୍ର ମଧ୍ୟ ରଖିଛନ୍ତି । ତେଣୁ ଆମେ ଆସାମର ଲୋକମାନଙ୍କୁ ମିଜୋରାମ ଯିବାକୁ ରୋକିବାକୁ କହୁଛୁ । ଏହି ପରିପ୍ରେକ୍ଷୀରେ ସେମାନେ ଏକ ଆଡଭାଇଜରୀ ଜାରି କରି କହିଛନ୍ତି ଯେ, ଯେଉଁ ମାନେ ମିଜୋରାମ ଯିବାକୁ ଚାହୁଁଛନ୍ତି ସେମାନେ ନିଜର ସୁରକ୍ଷା ନିଜେ କରିବେ । ସେଥିପାଇଁ ଆମେ ଦାୟୀ ରହିବୁ ନାହିଁ ।

Get real time updates directly on you device, subscribe now.