fbpx

(Video) Wow, Mind Blowing, Thank You God, I Love It: ଭାରତରେ ସତରେ କ’ଣ ଏପରି ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି

ନୂଆଦିଲ୍ଲୀ: ଅନେକ ସମୟରେ ପ୍ରକୃତି ଖୁବସୁରତ ନଜାରା ସୋସିଆଲ ମିଡ଼ିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଗୋଆର ପର୍ଯ୍ୟଟନ କ୍ଷେତ୍ର ବିଷୟରେ କିଏ ବା ନ ଜାଣିଛି । ସେଠାରେ ଥିବା ସୁଧସାଗରର ସୌନ୍ଦର୍ଯ୍ୟ ବିଷୟରେ ଯେତେ ବି ପ୍ରଶଂସା କଲେ କମ୍ ହେବ । ବିଶେଷ କରି ମୌସୁମୀ ସିଜିନରେ ସେଠାରେ ସତେ ଯେମିତି ପ୍ରକୃତି ସବୁଯାକ ସୌନ୍ଦର୍ଯ୍ୟ, ଆକର୍ଷଣୀୟ ଦୃଶ୍ୟ ଢାଳି ଦେଇଥିବା ପରି ମନେହୁଏ ।

ତେବେ ନିକଟରେ ଦୁଧସାଗରର ଏକ ଆକର୍ଷଣୀୟ, ମନଲୋଭା, ଅପରୂପା ସୌନ୍ଦର୍ଯ୍ୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଭିଡିଓକୁ ଦେଖିବା ପରେ ପ୍ରଶଂସା କରି କେହି ରହିପାରିବେ ନାହିଁ । ପାହାଡ଼ରୁ ଉଚ୍ଚତମ ସ୍ଥାନରୁ ଝରଣାର ପାଣି ତଳକୁ ଝିଲମିଲ ଭାବେ ପଡ଼ୁଥିବା ସମୟରେ ସେହି ସ୍ଥାନ ଦେଇ ଅତିକ୍ରମ କରୁଛି ଏକ ଟ୍ରେନ । ୱାଃ, ସତେ କ’ଣ ଏମିତି ସ୍ଥାନ ଅଛି ଏ ଧରିତ୍ରୀ ବୃକ୍ଷରେ । ଇଚ୍ଛା ହେଉଛି ହଜିଯିବାକୁ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟରେ ।

ଯଦି ଆପଣଙ୍କର କେବେ ବୁଲିବାକୁ ଇଚ୍ଛା ହେଉଛି, ତେବେ ଦୁଧସାଗରର ଏହି ପ୍ରାକୃତିକ ବନାନିକୁ ଥରେ ପରିଭ୍ରମଣ କରବାକୁ ଭୁଲନ୍ତୁ ନାହିଁ । ଏହି ଦୃଶ୍ୟ ଦେଖିବା ପରେ ଆପଣଙ୍କର ମନ ଆଉ ସାଧାରଣ ମନ ହୋଇ ରହିବ ନାହିଁ । ଆପଣ ନିଜକୁ ପ୍ରକୃତି ସହିତ ଲୀନ କରାଇବାକୁ ପ୍ରୟାସ ନିଶ୍ଚୟ କରାଇବେ । ଏଭଳି ସୌନ୍ଦର୍ଯ୍ୟର ସୃଷ୍ଟିକର୍ତ୍ତାଙ୍କୁ ଆପଣ ଧନ୍ୟବାଦ ନଦେଇ ରହିପାରିବେ ନାହିଁ । ଏହି ଭିଡିଓଟିକୁ ଦେଖିବା ପରେ ସୋସିଆଲ ମିଡ଼ିଆରେ ୟୁଜର୍ସ ଅନେକ ହୃଦୟସ୍ପର୍ଶୀ କମେଣ୍ଟ ଦେଇ ଦୁଧସାଗରର ଆକର୍ଷଣୀକୁ ସହସ୍ର ଗୁଣିତ କରିଦେଇଛନ୍ତି ।

Get real time updates directly on you device, subscribe now.