fbpx

ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ କରୋନା: ଦଳରୁ ବାଦ ପଡି ପାରନ୍ତି ଏହି ପ୍ଲେୟର

ନୂଆଦିଲ୍ଲୀ: ଆସନ୍ତକାଲିଠୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ । ତେବେ ଏହା ପୂର୍ବରୁ ଭାରତର ଷ୍ଟାର ଖେଳାଳି କେ.ଏଲ ରାହୁଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ପଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ଆସନ୍ତା ୨୯ ତାରିଖରୁ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଖେଳିବ ମେନ ଇନ ବ୍ଲୁ । ରାହୁଲଙ୍କ କରୋନା ସଂକ୍ରମଣକୁ ନେଇ ସୂଚନା ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।

KL Rahul And Other Key Indian Players Who Are Injured Right Now

ଜର୍ମାନୀରେ ହାରନିଆ ଅପରେସନ ପରେ ସୁସ୍ଥ ହୋଇ ଦଳକୁ ଫେରିଥିଲେ ରାହୁଲ । କିନ୍ତୁ ପ୍ରଥମ ସିରିଜ ପୂର୍ବରୁ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଯାହା ପରେ ଟି-୨୦ ସିରିଜରେ ତାଙ୍କୁ ଖେଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପୂର୍ବ ଦିନ ଆହତ ହୋଇ ସେ ସିରିଜରୁ ବାଦ ପଡିଥିଲେ । ପରେ ଜର୍ମାନୀରେ ନିଜ ଅପରେସନ ସାରି ଏନସିଏରେ ମଧ୍ୟ ରିହାଇବିଲିଟେସନ ପ୍ରକ୍ରିୟା ମଧ୍ୟ ଶେଷ କରିଛନ୍ତି । ଏହାପରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଥିଲେ । କିନ୍ତୁ ସିରିଜ ପୂର୍ବରୁ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ ଖେଳିବା ଉପରେ ସନ୍ଦେହ ସୃଷ୍ଟି ହୋଇଛି ।

Fit-again KL Rahul returns to training in Bengaluru ahead of West Indies  tour - Sports News

ଆସନ୍ତାକାଲି ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ଆରମ୍ଭ କରିବ ଟିମ ଇଣ୍ଡିଆ । ଓପନର ବ୍ୟାଟ୍ସମ୍ୟାନ ଶିଖର ଧୱନ ଦଳର ନେତୃତ୍ୱ ନେଉଥିବା ବେଳେ ଅନେକ ଯୁବ ଖେଳାଳି ଏଥିରେ ସୁଯୋଗ ପାଇ ପାରନ୍ତି । ତେବେ ଏହି ସିରିଜ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ଜଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାରଙ୍କ ପରି ସିନିୟର ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି ।

Get real time updates directly on you device, subscribe now.