fbpx

 ଖାକି ପିନ୍ଧି ଆମ୍ବୁଲାନ୍ସରେ ଆସିଲେ, ଜଗୁଆଳଙ୍କୁ ଆକ୍ରମଣ କରି ୨୬ ଛେଳି ନେଇ ଚମ୍ପଟ ମାରିଲେ

ଭୁବନେଶ୍ୱର, ୧ ୭ ।୪(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ନେଇ ସାରା ରାଜ୍ୟରେ ଆତଙ୍କର ବାତାବରଣ। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଜାରି କରିଛନ୍ତି। ବିନା କାରଣରେ ଘରୁ କେହି ନ ବାହାରିବା ପାଇଁ ଲୋକଙ୍କୁ କୁହାଯାଇଛି। ଫଳରେ ରାସ୍ତାଘାଟ, ହାଟବଜାର ଜନଶୂନ୍ୟ ହୋଇଯାଇଛି।ରାତି ତ ଦୂର କଥା ଦିନ ଦ୍ୱିପ୍ରହରରେ ବି ଗାଁଗଣ୍ଡା ଖାଁ ଖାଁ ଲାଗୁଛି। ଏହାର ସୁଯୋଗ ନେଇ କେତେଜଣ ଖାକି ପୋଷାକ ପିନ୍ଧା ଦୁର୍ବୃତ୍ତ ଏକ ନୀଳ ବତି ଗାଡ଼ି (ଆମ୍ବୁଲାନ୍ସ)ରେ ଆସି ଛେଳି ଜଗୁଆଳଙ୍କୁ ଆକ୍ରମଣ କରି ଫାର୍ମରୁ ୨୬ଟି ଛେଳି ନେଇ ଚମ୍ପଟ ମାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଏ ନେଇ ଛେଳି ମାଲିକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବାଣପୁର ଥାନା ନିକଟ ତେନ୍ତୁରୁଡିହ ଗ୍ରାମର ଶ୍ୟାମସୁନ୍ଦର ମହାପାତ୍ରଙ୍କର ଗ୍ରାମ ରାସ୍ତା ପାର୍ଶ୍ୱରେ ଏକ ଛେଳି ଫାର୍ମ ରହିଛି। ଛେଳିଗୁଡ଼ିକର ଯତ୍ନ ନେବା ପାଇଁ ୩ଜଣ ଜଗୁଆଳଙ୍କୁ ସେ ନିଯୁକ୍ତ କରିଛନ୍ତି।ବୁଧବାର ବିଳମ୍ବିତ ରାତିରେ ଖାକି ପୋଷାକ ପିନ୍ଧା ୫ ଦୁର୍ବୃତ୍ତ ଏକ ଆମ୍ବୁଲାନ୍ସରେ ଆସି ଫାର୍ମରେ ପହଞ୍ଚିଥିଲେ। କରୋନା ସମୟରେ ତୁମେ ଏଠାରେ କଣ କରୁଛ କହି ଜଗୁଆଳମାନଙ୍କୁ ସେମାନେ ମାଡ଼ ମାରିଥିଲେ। ସେମାନଙ୍କୁ ସେଠାରେ ଥିବା ଘରେ ତାଲା ପକାଇ ଫାର୍ମରୁ ୨୬ଟି ଛେଳି ଆମ୍ବୁଲାନ୍ସରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ। ସକାଳେ ଶ୍ୟାମସୁନ୍ଦର ଏହା ଜାଣିବା ପରେ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.