fbpx
BSKY
BJD MC SKY
BJD YOUTH SKY

ଛେଳି ଚୋରକୁ ନିର୍ଧୁମ ମାଡ଼: ଭୟରେ ନେହୁରା ହୋଇ ମାଗିଲେ କ୍ଷମା, ଦେଖନ୍ତୁ ଭିଡିଓ…

ବାଲେଶ୍ୱରରେ ମାତିଛନ୍ତି ଛେଳି ଚୋର । ଛେଳି ଚୋରି କରୁଛନ୍ତି ଆଉ ବିକ୍ରି ମଧ୍ୟ । କିନ୍ତୁ ସବୁ ଦିନ ଚୋର ଘର ଅନ୍ଧାର ନ ରହିଲା ପରି ଧରାପଡିଛି ଜଣେ ଛେଳି ଚୋର । ଦେଖନ୍ତୁ କିଭଳି ଜଣେ ଛେଳି ଚୋର କୁ ଘେରି ରହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହେଉଛି  ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଶଙ୍କରାଖୁଣ୍ଟା ପୋଖରୀ ହାଟ ପଡିଆ ଠାରେ ଘଟିଥିବା ଘଟଣା ।  କିଭଳି ଜଣେ ଛେଳି ଚୋର କୁ ସ୍ଥାନୀୟ ଲୋକ ମାନେ ଅଟକ ରଖିବା ସହ ଛେଳି ଚୋରି ସଂପର୍କରେ ପଚାରି ବୁଝୁଛନ୍ତି ।

ସୂଚନା ମୁତାବକ ଖଡି଼ପଦା ଅଞ୍ଚଳର ବଳରାମ ପୁଟି ନାମକ ଯୁବକ ନୀଳଗିରି ସମେତ ବହୁ ଅଞ୍ଚଳରୁ ଛେଳି ଚୋରି କରିବା ସହ ଚୋରି ଛେଳି ମଧ୍ୟ କିଣୁଥିବା ଦେଖୁବାକୁ ମିଳିଥିଲା। ଏନେଇ ଆଜି ନୀଳଗିରି ଅଂଚଳର କିଛି ଯୁବକ ତାଙ୍କ ଘରକୁ ଯାଇ ତାଙ୍କୁ ଧରି ଆଣି ନୀଳଗିରି ହାଟ ପଡିଆ ଠାରେ ଅଟକ ରଖିଥିଲେ। ଆଉ ଛେଳି ସଂପର୍କରେ ମଧ୍ୟ ପଚାରି ଥିଲେ । ସଂପୃକ୍ତ ଯୁବକ ଜଣକ କୋ÷ଣସି ସଂନ୍ତୋଷ ଜନକ ଉତ୍ତର ନ ଦେବାରୁ ଅଞ୍ଚଳବାସି ମାଡ ମାରି ଥିବାର ମଧ୍ୟ ଜଣାପଡିଛିି । ଏଥିରୁ ବର୍ତ୍ତିବା ପାଇଁ ଯୁବକ ଜଣକ ଲୋକମାନଙ୍କୁ ନେହୁରା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ପରେ ପରେ ଜଣେ ଯୁବକ ତାଙ୍କୁ ଖାଇବାକୁ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ପହଁଚି ସଂପୃକ୍ତ ଯୁବକ କୁ ଉଦ୍ଧାର କରିବା ସହ ଥାନାକୁ ଆଣିଛି ।

Get real time updates directly on you device, subscribe now.