fbpx

‘ଆଡପ୍ଟ ଏ ଗୋଟ୍‌’ ପ୍ରୋଗ୍ରାମ ଅନ୍ତର୍ଗତ ନେଇପାରିବେ ଛେଳି, ଜାଣନ୍ତୁ କେଉଁଠି ରହିଛି ଏଭଳି ଅଜବ ସ୍କିମ୍‌

Advertisement

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆ ଦୁନିଆରେ ସବୁଦିନ ଅଜବ ଘଟଣା ସାମ୍ନାକୁ ଆସିଥାଏ । ବିଶେଷ କରି ମାଗଣା କିଛି ଜିନିଷ ମିଳିଗଲେ ଲଟେରି ଉଠିବା ପରି ଅନୁଭବ ହୋଇଥାଏ । ଅଧିକାଂଶ ଲୋକମାନେ ଏଭଳି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ଏଠାରେ ଲୋକମାନେ ମାଗଣାରେ ଛେଳି ଘରକୁ ନେଇପାରିବେ ।

ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ ୨୦ ବର୍ଷ ପୂର୍ବରୁ ଇଟାଲିର Alicudi ନାମକ ଏକ ଦ୍ୱୀପରେ ଜଣେ କୃଷକ ଛେଳି ଛାଡ଼ିଥିଲେ । ପରବର୍ତ୍ତୀ ସମୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ହେଲା । ବର୍ତ୍ତମାନ ଏହି ଦ୍ୱୀପରେ ୬୦୦ ଜଙ୍ଗଲୀ ଛେଳି ରହୁଛନ୍ତି । ସେଠାରେ ଜନସଂଖ୍ୟା ହେଉଛି ୧୦୦ । ଏହି ଜଙ୍ଗଲୀ ଛେଳିମାନେ ସେଠାରେ ଥିବା ଲୋକଙ୍କ ଘରେ ପଶି ଅନେକ କ୍ଷତି କରୁଛନ୍ତି । ତେଣୁ ଲୋକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଦ୍ୱୀପର ମେୟର ରିକାର୍ଡ଼େ ଗୁଲୋ ‘ଆଡପ୍ଟ ଏ ଗୋଟ୍‌’ ପ୍ରୋଗ୍ରାମ ଲଞ୍ଚ୍ କରିଛନ୍ତି । ଏହା ଅନ୍ତର୍ଗତ ଲୋକମାନେ ଯେତିକି ଚାହିଁବେ ସେତିକି ଛେଳି ଘରକୁ ନେଇପାରିବେ । ଯେତେବେଳେ କେବଳ ୧୦୦ଟି ଛେଳି ରହିଯିବେ ସେତେବେଳେ ଏହି ସ୍କିମ୍ ବନ୍ଦ ହୋଇଯିବ । ଆନୁଷ୍ଠାନିକ ଭାବେ ଦ୍ୱୀପ ଏହି ସ୍କିମ୍ ପ୍ରଦାନ କରୁଛି । କରାଯାଉଛି । ତେବେ ଏଭଳି ଏକ ସୁବର୍ଣ୍ଣ ସୁଯୋଗର ଲାଭ ଉଠାଇବା ପାଇଁ ଲୋକମାନଙ୍କୁ ଆବେଦନ କରିବାକୁ ପଡ଼ିବ । ଇଚ୍ଛୁକ ବ୍ୟକ୍ତିମାନେ ଇମେଲ ମାଧ୍ୟମରେ ଆବେଦନ ପଠାଇପାରିବେ । ଏହି ଡିଲକୁ ଆନୁଷ୍ଠାନିକ କରିବା ପାଇଁ କେବଳ ୧୭ ଡଲାର(୧୪୦୦ ଟଙ୍କା) ଦେୟ ଦେବାକୁ ପଡ଼ିବ । ଏହାର ୧୫ ଦିନ ପରେ ବ୍ୟକ୍ତି ଜଣଙ୍କ ଦ୍ୱୀପକୁ ଯାଇ ମନପସନ୍ଦର ଛେଳି ଘରକୁ ନେଇପାରିବ । ଦ୍ୱୀପରେ ଛେଳି ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କୁ ଏଭଳି ଏକ ଅଜବ ସ୍କିମ୍ ମାଧ୍ୟମରେ ନିବେଦନ କରାଯାଉଛି ।

 

Get real time updates directly on you device, subscribe now.