fbpx
BSKY
BJD SHG SKY
BJD YOUTH SKY

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ମାଜିଷ୍ଟ୍ରେଟ୍ କରିବେ ତଦନ୍ତ

ଭୁବନେଶ୍ୱର:ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ଆଜକୁ ୫ ଦିନ ବିତି ସାରିଲାଣି । କିନ୍ତୁ ଆଜିବି ତାର ଆତ୍ମହତ୍ୟାର ରହସ୍ୟ ଉପରୁ ପରଦା ଉଠି ପାରିଲା ନାହିଁ । କ୍ରାଇମବ୍ରଞ୍ଚ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ କ୍ରାଇମବ୍ରାଞ୍ଚ ଟିମକୁ ମିଳିପାରି ନାହିଁ । ଅମ୍ୟପକ୍ଷେ ଗୋବିନ୍ଦ ସାହୁର ଆତ୍ମହତ୍ୟାକୁ ନେଇ ରାଜ୍ୟରାଜନିତି ସରଗରମ ହୋଇଛି । ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିବା ସହ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ତେବେ ଏହାରି ମଧ୍ୟରେ ଗୋବିନ୍ଦ ସାହୁ ହତ୍ୟା ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁର ତଦନ୍ତ କରିବେ ମାଜିଷ୍ଟ୍ରେଟ୍ । ଏନେଇ ବିଚାର ବିଭାଗୀୟ ଦ୍ୱାରା ନିର୍ଦ୍ଦେଶ ଜାରି ହୋଇଛି । ତେବେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ସମସ୍ତ ବ୍ୟବସ୍ଥା ପାଇଁ ଜେଲ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ଏତତ୍ ବ୍ୟତୀତ NHRCଙ୍କ ଗାଇଡଲାଇନ ଅନୁଯାୟୀ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରି ରିପୋର୍ଟ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହତି ଇନସୁଏଷ୍ଟ, ପୋଷ୍ଟମର୍ଟଟ, ଭିସେରା ଆଦିର ରିପୋର୍ଟ ପଠାଇବାକୁ ମାଜିଷ୍ଟ୍ରେଟ୍ କହିଛନ୍ତି ।

ତେବେ ଚଳିତମାସ ୨୦ ତାରିଖରେ ବିଚାର ଧୀନ ଥିବା ଗୋବିନ୍ଦ ସାହୁ କଣ୍ଟାବାଞ୍ଚି ଜେଲରେ ଆତ୍ମହତ୍ୟା କରିଥିଲା । ସନସାଇଲ୍ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁ ୨୦ ତାରିଖରେ ଜେଏମଏଫସି କୋର୍ଟରେ ହାଜର ହୋଇଥାନ୍ତା । କିନ୍ତୁ ତା ପୂର୍ବରୁ ସେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି । ତେବେ ଏହି ଆତ୍ମହତ୍ୟା ପଛରେ କଣ କାରଣ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିବା ବେଳେ ଏହି ଘଟଣାର ତଦନ୍ତ କେଉଁ ମୋଡ ନେଉଛି ଏବଂ କେଉଁ ନୂଆ କଥାର ଗୁମର ଖୋଲୁଛି ତାହା ଜାଣିବାକୁ ବାକି ରହିଲା ।

Get real time updates directly on you device, subscribe now.