fbpx

Gold ନା Share? କେଉଁଥିରେ ଟଙ୍କା ନିବେଶ କରିବା ଲାଭଦାୟକ

ନୂଆଦିଲ୍ଲୀ: ଯଦି ଆପଣ ଟଙ୍କା ନିବେଶ କରିବାକୁ ଭାବୁଛନ୍ତି ତେବେ ଆସନ୍ତୁ ଜାଣିବା କେଉଁଥିରେ ନିବେଶ କଲେ ମିଳିବ ଅଧିକ ଲାଭ। ଦୁଇଟି ସ୍ଥାନରେ ଲୋକେ ଟଙ୍କା ନିବେଶ କରିବା ଉଚିତ ମନେକରନ୍ତି। ପ୍ରଥମତଃ ସୁନାରେ ଏବଂ ଦ୍ୱିତୀୟତଃ ସେୟାର ବଜାରରେ। ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ନିବେଶରେ କିଏ ଆପଣଙ୍କୁ ଭଲ ରିଟର୍ଣ୍ଣ ଦେଇପାରିବ।

କେତେ ରିଟର୍ଣ୍ଣ ଦେଇଛି ସୁନା: ଚଳିତ ବର୍ଷ ଅର୍ଥାତ ୨୦୨୪ରେ ସୁନା ହାରାହାରି ୧୯ ପ୍ରତିଶତ ରିଟର୍ଣ୍ଣ ଦେଇସାରିଛି। ୧ ଜାନୁଆରୀ ୨୦୨୪ରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ହାରାହାରି ୬୩ ହଜାର ଟଙ୍କା ଥିଲା। ସେହିପରି ବର୍ତ୍ତମାନ ଏହାର ମୂଲ୍ୟ ୭୫ ହଜାରରେ ପହଞ୍ଚିଛି। ଚଳିତ ବର୍ଷ ୧୨ ହଜାର ଟଙ୍କାର ଅଭିବୃଦ୍ଧି ଦେଖିବାକୁ ମିଳିଛି। ତେବେ ୯ ମାସରେ ସୁନା ହାରାହାରି ୧୯ ପ୍ରତିଶତ ରିଟର୍ଣ୍ଣ ଦେଇସାରିଛି। ଯଦି କିଏ ୧ ଜାନୁଆରୀ ୨୦୨୪ରେ ୧ ଲକ୍ଷ ଟଙ୍କାର ସୁନା କିଣିଥିବ ତେବେ ଆଜିର ସମୟରେ ତାର ମୂଲ୍ୟ ୧.୧୯ ଲକ୍ଷ ଟଙ୍କା ହୋଇଯାଇଛି। ଅର୍ଥାତ ୯ ମାସରେ ସୁନାରେ ଏକ ଲକ୍ଷ ଟଙ୍କାର ନିବେଶରେ ୧୯ ହଜାର ଟଙ୍କାର ଲାଭ ମିଳିବ।

ସେୟାର ମାର୍କେଟର ରିଟର୍ଣ୍ଣ ବିଷୟରେ ଜାଣନ୍ତୁ:ଚଳିତ ବର୍ଷର ଗତ ୯ ମାସରେ ସେନସେକ୍ସ ହାରାହାରି ୧୮ ପ୍ରତିଶତ ରିଟର୍ଣ୍ଣ ଦେଇଛି, ଯାହା ସୁନା ତୁଳନାରେ କମ ଅଛି। ସେହିପରି ଚଳିତ ବର୍ହ ନିଫ୍ଟି ମଧ୍ୟ ଜବରଦସ୍ତ ରିଟର୍ଣ୍ଣ ଦେଇଛି। ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଚଳିତ ବର୍ଷ ୧୧.୬୦ ପ୍ରତିଶତର ରିଟର୍ଣ୍ଣ ଦେଇଛି। ନିଫ୍‌ଟି ୫୦ ଟିକେ ଆଗୁଆ ନଜର ଆସିଛି। ଏହା ପାଖାପାଖି ୨୦ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଯଦି ଆପଣ ସେନସେକ୍ସରେ ଥିବା କୌଣସି ଏଭଳି କମ୍ପାନୀରେ ନିବେଶ କରିଥାଏ ଯେଉଁଥିରେ ଚଳିତ ବର୍ଷ ୧୮ ପ୍ରତିଶତ ରିଟର୍ଣ୍ଣ ମିଳିଥାଏ, ତେବେ ଆପଣଙ୍କୁ ଏଠାରେ ଭଲ ଲାଭ ମିଳିପାରେ। ୧ ଲକ୍ଷ ଟଙ୍କାର ନିବେଶରେ ଚଳିତ ବର୍ଷ ୧୮ ହଜାର ଟଙ୍କାର ଫାଇଦା ଆପଣଙ୍କୁ ହୋଇପାରେ। ଏହା ସୁନାଠାରୁ ଏକ ହଜାର ଟଙ୍କାରୁ କମ ଅଟେ।

Get real time updates directly on you device, subscribe now.