କ୍ରମାଗତ ଭାବେ ହ୍ରାସ ପାଇବା ପରେ , ଦେଶର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି ହୋଇଛି । ବିଶ୍ୱ ବଜାରରେ ମଜ୍ବୁତ୍ ସ୍ଥିତି ଭିତରେ ସରଫା ବଜାରରେ ସୁନାର ଦାମ୍ରେ ୩୩୭ଟଙ୍କା ବୃଦ୍ଧି ହୋଇ ପ୍ରତି ଦଶ ଗ୍ରାମ ପିଛା ମୂଲ୍ୟ ୪୬,୩୭୨ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାରରେ ସୁନା ଦଶ ଗ୍ରାମ୍ ପ୍ରତି ୪୬,୦୩୫ ଟଙ୍କାରେ ବନ୍ଦ ହୋଇଥିଲା ।
ଏଥି ସହିତ ରୁପାର ମୂଲ୍ୟରେ ମଧ୍ୟ ଆଜି ସାମାନ୍ୟ ବୃଦ୍ଧି ହୋଇଛି । ରୁପା ର ଦାମ କିଲୋଗ୍ରାମ ପ୍ରତି ୧,୧୪୯ ଟଙ୍କା ବଢ଼ି ୬୯,୬୬୭ ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାରରେ ରୁପାର ଦାମ୍ ୬୮,୫୧୮ ଟଙ୍କା ପ୍ରିତି କେଜିରେ ବନ୍ଦ ହୋଇଥିଲା ।