fbpx
BSKY
BJD YOUTH SKY
BJD MS SKY

ରାଜ୍ୟରେ ଚାଲିଛି କୋଟି କୋଟି ଟଙ୍କାର ସୁନା ବିସ୍କୁଟର ଚୋରା କାରବାର, ଜାଣନ୍ତୁ ଆସୁଛି କେଉଁଠୁ

ଭୁବନେଶ୍ୱର, ୪ା୪: ରାଜ୍ୟରେ ଚାଲିଛି କୋଟି କୋଟି ଟଙ୍କାର ଚୋରା ସୁନା ବିସ୍କୁଟ କାରବାର । ମାଫିଆମାନେ ଏଥିପାଇଁ ଯାତ୍ରୀବାହୀ ବସକୁ କାରବାରର ମାଧ୍ୟମ କରିଛନ୍ତି । ମାସିକ ପାଖାପାଖି ୩ ଶହ କୋଟି ଟଙ୍କାର କାରବାର ହେଉଛି । ଏଥିସହ ଗୋଟିଏ ମାସରେ ୮ କୋଟିରୁ ଅଧିକ ଜିଏସଟି ଠକେଇ ହେଉଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଏହି ସୁନା ବିସ୍କୁଟ, ସାଉଦି ଆରବରୁ ପଶ୍ଚିମବଙ୍ଗ ଦେଇ କଟକ ସହରକୁ ଆସୁଛି । ବସରେ ପରିବା ବସ୍ତାରେ ଏହି କାରବାର ହେଉଥିବା ଜଣାପଡ଼ିଛି । କିଛିଦିନ ପୂର୍ବରୁ କଟକରେ ଏକ ଯାତ୍ରୀବାହୀ ବସରୁ ସୁନା ଜବତ ହୋଇଥିଲା । ମାତ୍ର ନିୟମିତ ଚଢ଼ାଉ କରାଯାଉନ ନଥିବାରୁ ଏହି କଳା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.