fbpx

ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା: ବିଜେପି ବିଧାୟକଙ୍କ ଧାରଣା ଜାରି, ଭେଟିବେ ରାଜ୍ୟପାଳଙ୍କୁ

AAKASH

ଭୁବନେଶ୍ୱର, ୪ା୪ (ଓଡିଶା ଭାସ୍କର): ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ବିଜେପି ବିଧାୟକମାନେ ଚପଲ ଫିଙ୍ଗିବା ଘଟଣାଟି ଭିନ୍ନ ମୋଡ଼ ନେଇଛି । ଚପଲ ଫିଙ୍ଗିବା ଘଟଣାରେ ବାଚସ୍ପତି ବିଜେପିର ତିନିଜଣ ବିଧାୟକଙ୍କୁ ସସପେଣ୍ଡ କରିଥିଲେ । ତେବେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ରାତି ସାରା ଧାରଣା ଦେଇଛନ୍ତି । ବାଚସ୍ପତି ଧାରଣାସ୍ଥଳକୁ ଆସି ବିଧାୟକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଧାରଣା ଜାରି ରଖିଛନ୍ତି । ଆଜି ସକାଳ ୧୦ଟା ସମୟରେ ବିଧାୟକମାନେ ସାମ୍ବାଦିକ ସମ୍ମିଳନୀ କରିବା ସହ ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଗୃହରେ ବିନା ଆଲୋଚନାରେ ଶାସକ ଦଳ ବିଲ ପାସ କରାଇଥିବାରୁ ବିଜେପି ବିଧାୟକମାନେ ଉତକ୍ଷିପ୍ତ ହୋଇ ଏହି କାଣ୍ଡ କରିଥିଲେ । ଏହି ଅଶୋଭନୀୟ ଆଚରଣ ପାଇଁ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କୁ ବାଚସ୍ପତି ସସପେଣ୍ଡ କରିଥିଲେ ।

Get real time updates directly on you device, subscribe now.