fbpx

ଓଡ଼ିଶାରେ ଏକ ନଦୀ ଜଳରେ ପ୍ରବାହିତ ହେଉଛି ପୁଳା ପୁଳା ସୁନା! ବୈଜ୍ଞାନିକମାନେ ବି ଖୋଜି ପାଉନାହାନ୍ତି ଏହା ପଛର ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତରେ ଛୋଟ ବଡ଼ ଏପରି ଭାବେ ୪୦୦ରୁ ଅଧିକ ନଦୀ ପ୍ରବାହିତ ହେଉଥିବା ବେଳେ କିଛି ନଦୀର ବିଶେଷ ସ୍ୱତନ୍ତ୍ରତା ରହିଛି । ତେବେ ଆମ ଦେଶରେ ଏପରି ଏକ ନଦୀ ରହିଛି, ଯେଉଁଠି ସୁନା ପ୍ରବାହିତ ହେଉଛି । ଏହା କୌଣସି କାହାଣୀ ନୁହେଁ, ନିଚ୍ଛକ ସତ୍ୟ ଘଟଣା । ବୈଜ୍ଞାନିକମାନେ ମଧ୍ୟ ଏହି ଘଟଣା ପଛର ରହସ୍ୟକୁ ଆଜି ପର୍ଯ୍ୟନ୍ତ ବୁଝିବାରେ ସକ୍ଷମ ହୋଇପାରି ନାହାନ୍ତି । ନଦୀ ପାଣିରୁ ସୁନା ମିଳୁଥିବାରୁ ତାହା ବର୍ଷ ବର୍ଷ ଧରି ଆୟର ଏକ ସ୍ରୋତ ପାଲଟି ଯାଇଛି ।

ତେବେ ନଦୀ ଜଳରେ କାହିଁକି ଏତେ ମାତ୍ରାରେ ସୁନା ପ୍ରବାହିତ ହେଉଛି ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ । ଏହି ସୁନା ପଛର ରହସ୍ୟ ବୈଜ୍ଞାନିକମାନେ ବି ଜାଣିପାରି ନାହାନ୍ତି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହିତ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ସ୍ୱର୍ଣ୍ଣରେଖା ନଦୀ ପ୍ରବାହିତ ହେଉଛି । କିଛି ସ୍ଥାନରେ ଲୋକମାନେ ସକାଳେ ନଦୀକୁ ଯାଇଥାନ୍ତି ଓ ସେଠାରୁ ସୁନା କଣିକା ସଂଗ୍ରହ କରିଥାନ୍ତି । ଏହି କାମ ପାଇଁ ଅନେକ ପୀଢ଼ି ନିୟୋଜିତ ହୋଇଥିବା କୁହାଯାଏ ।

ତମାଦ, ସରଣ୍ଡା ପରି କିଛି ସ୍ଥାନରେ ପୁରୁଷ ଓ ମହିଳାଙ୍କ ସମେତ ଶିଶୁମାନେ ସକାଳୁ ଉଠି ନିତ୍ୟ କର୍ମ କରିବା ଭଳି ସୁନା ସଂଗ୍ରହ କରଥାନ୍ତି । ଏହି ନଦୀରେ ସୁନା ପ୍ରବାହିତ ହେଉଥିବାର ଦୃଶ୍ୟକୁ ଦେଖିବା ପାଇଁ ଲୋକଙ୍କର ପ୍ରଭାବ ସମାଗମ ହୋଇଥାଏ । ତେବେ ସ୍ୱର୍ଣ୍ଣରେଖା ନଦୀରୁ ମିଳୁଥିବା ସୁନା ଅନ୍ୟ ଏକ ନଦୀରୁ ପ୍ରବାହିତ ହୋଇ ଆସିଥାଏ ବୋଲି କିଛି ଲୋକ କହିଥାନ୍ତି ।

Get real time updates directly on you device, subscribe now.