fbpx
BJD
BJD SKY
BJD SKY

ଜାତୀୟ ଖେଳରେ ଭାରତକୁ ସ୍ୱର୍ଣ୍ଣ: ଜାପାନକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କଲା ଭାରତ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ଟିମ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଜାପାନ ଉପରେ ଏକତରଫା ବିଜୟ ହାସଲ କରିଛି ଇଣ୍ଡିଆନ୍ ହକି ଦଳ । ଏହାସହିତ ପ୍ୟାରିସର ଅଲିମ୍ପିକ ପାଇଁ ମଧ୍ୟ ଟିକେଟ ହାସଲ କରିଛି ଭାରତୀୟ ହକି ଟିମ୍ । ପୁରୁଷ ହକିରେ ଭାର ୧୬ତମ ମେଡାଲ ବିଜୟୀ ହୋଇ ଏକ ରେକର୍ଡ ସୃଷ୍ଟି କରିଛି । ତେବେ ଏହି ୧୬ଟି ମେଡାଲ ମଧ୍ୟରୁ ୪ଟି ଗେଲ୍ଡ ମେଡାଲ ଅକ୍ତିଆର କରିଛି ଟିମ ଇଣ୍ଡିଆ । ତେବେ ଦକ୍ଷିଣ କୋରିଆ ଏହି ମ୍ୟାଚରେ ଆୟୋଜନ ଦଳ ଚୀନକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଭାରତ ବିପକ୍ଷରେ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛି ଜାପାନ ।

ଏହି ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ ଷ୍ଟାର ପ୍ଲେୟର ମନପ୍ରୀତ ସିଂହ ଦଳ ପାଇଁ ପ୍ରଥମ ଗୋଲ ଦେଇଥିଲେ । ତେବେ ମ୍ୟାଚ ଶେଷରେ ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ୨ଟି ଗୋଲ ସ୍କୋର କରିଥିବା ବେଳେ ମନପ୍ରୀତ, ଅଭିଷେକ ଏବଂ ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ହାସଲ କରିଛନ୍ତି । ତେବେ ଅନ୍ୟ ପକ୍ଷରେ ଜାପାନ ଭାରତ ବିପକ୍ଷରେ ମାତ୍ର ଗୋଟିଏ ଗୋଲ କରିବାରେ ସଫଳ ହୋଇଛି । ସେରେନ ତନାକା ହିଁ ଏକମାତ୍ର ଖେଳାଳି ଭାବରେ ଏହି ଗୋଲ ଦେଇଥିଲେ । ଫଳରେ ଫାଇନାଲ ମ୍ୟାଚକୁ ୫-୧ରେ ପରାସ୍ତ ହୋଇଛି ଟିମ୍ ଜାପାନ୍ ।

ଚୀନରେ ଆୟୋଜିତ ହେଉଥିବା ୧୯ତମ ଏସିଆନ୍ ଗେମ୍ସରେ ଭାରତ ପ୍ରଥମ ମ୍ୟାଚରୁ ଦମଦାର ପ୍ରଦର୍ଶନ ଜାରି ରଖିଛି । ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ ୧୬-୦ରେ ଏକତରଫା ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଏହାପର ସିଙ୍ଗାପୁର କୁ ୧୬-୧ଏବଂ ବାଂଲାଦେଶ ବିପକ୍ଷରେ ୧୨-୦ର ଏକ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା ଭାରତ । ପରେ ଗୃପ ଷ୍ଟେଜରେ ଜାପାନକୁ ୪-୨ରେ ପରାସ୍ତ କରିଥିବା ବେଳେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୧୦-୧୦-୨ରେ ମାତ୍ ଦେଇଥିଲା । ତେବେ ଫାଇନାଲ ମ୍ୟାଚରେ ଜାପାନ ବିପକ୍ଷରେ ଏକତରଫା ବିଜୟ ହାସଲ କରି ସ୍ୱର୍ଣ୍ଣ ବିଜୟ କରିଛି ଭାରତୀୟ ହକି ଟିମ୍ । ଏସିଆନ୍ ଗେମ୍ସ ଇଭେଣ୍ଟରେ ଚତୁର୍ଥ ଗୋଲ୍ଡ ମେଡାଲ ନିଜ ନାମରେ କରିଛି ଭାରତୀୟ ଦଳ ।

Get real time updates directly on you device, subscribe now.