fbpx

ଲକରରେ ଥିବା ସୁନା ପାଲଟିଲା ପଥର

ଲକରରେ ରଖିଥିବା ସୁନା ଅଚାନକ୍ ପାଲଟିଲା ପଥର । ଏହା କୌଣସି ଚମକ୍ରାର ନୁହେଁ, ବରଂ ସତ ଘଟଣା । ଏଭଳି ଏକ ଘଟଣା ରାଜସ୍ଥାନର ଜାଲୌର ଜିଲ୍ଲାରୁ ସାମାନକୁ ଆସିଛି । ଖବର ମୁତାବକ, ଜାଲୌର ସହରର ବାସିନ୍ଦା ପାରସମଲ ଜୈନ ନାମକ ଜଣେ ବ୍ୟକ୍ତି ଗତ ୫ ବର୍ଷ ପୂର୍ବରୁ ଏସବିଆଇ ବ୍ୟାଙ୍କ ଲକରରେ ସୁନା ରଖିଥିଲେ । ଜୈନ ମହାରାଷ୍ଟ୍ରରେ ବ୍ୟବସାୟ କରୁଥିବା ବେଳେ ଲକଡାଉନ୍ ପାଇଁ ସେ ଗତ ୨୦ ଦନି ପୂର୍ବରୁ ଘରକୁ ଫେରିଆସିଥିଲେ । ଏହା ପରେ ସେ ବ୍ୟାଙ୍କ ଯାଇ ନିଜର ଲକର ଖୋଲିଥିଲେ । କିନ୍ତୁ ଲକ୍ ଖୋଲିବା ପରେ ତାଙ୍କୁ ବଡ ଝଟକା ଲାଗିଲା । ସୁନା ବଦଳରେ ଲକରରେ ପଥର ଭର୍ତ୍ତି ହୋଇଥିଲା । ଏନେଇ ଜୈନ ଥାନାରେ ଅଭିଯୋଗ କରିଛନ୍ତି । ସେ ଲକରରେ ପ୍ରାୟ ୮୦୦ ଗ୍ରାମର ସୁନା ରଖିଥିଲେ ବୋଲି ଜଣାପଡିଛି । ଘଟଣାକୁ ନେଇ ବ୍ୟାଙ୍କରେ ହଇଚଇ ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.