fbpx

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଲା ବାତ୍ୟା ଅମ୍ଫାନ

ଭୁବନେଶ୍ୱର, ୧୭ା୫(ଓଡ଼ିଶା ଭାସ୍କର): ବଙ୍ଗାପସାଗରରେ ଦାନା ବାନ୍ଧିଥିବା ବାତ୍ୟା ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଙ୍ଗଲାଦେଶର ହାତିଆ ଦ୍ୱୀପ ମଝିରେ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ସ୍ଥଳଭାଗ ଛୁଇଁବା ବେଳକୁ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ଥିବ । ୨୦ତାରିଖରେ ଅପରାହ୍ନ କିମ୍ବା ସନ୍ଧ୍ୟା ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ପାରାଦୀପଠାରୁ ଦକ୍ଷିଣରେ ୯୯୦କିମି ଦୂରରେ ଅବସ୍ଥିତ ଅଛି ବାତ୍ୟା ଅମ୍ଫାନ । ବର୍ତ୍ତମାନ ବାତ୍ୟା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅଛି । ଘଣ୍ଟା ପ୍ରତି ୩କିମି ବେଗରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଏହା ପ୍ରଭାବରେ ରାଜ୍ୟର ଆସନ୍ତାକାଲିଠାରୁ ବର୍ଷା ଓ ପବନ ବହିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.