fbpx

କରୋନା ପାଇଁ ସୁନାର ମାସ୍କ, ଦାମ୍ ଶୁଣିଲେ ଉଡିଯିବ ହୋସ୍

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଏନେଇ ଅଧିକ ପରିମାଣରେ ମାସ୍କ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇସାରିଛି । ଏହି ସମୟରେ ଲୋକମାନେ ଡ୍ରେସକୁ ମ୍ୟାଚିଙ୍ଗ କରି ମାସ୍କ ପିନ୍ଧିବା ଆରମ୍ଭ କଲେଣି । ଲୋକେ ଡିଜାଇନର ମାସ୍କ, ରଙ୍ଗିନ୍ ଓ ପ୍ରିଣ୍ଟ ଭଳି ମାସ୍କ ଆଦି ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ଆରମ୍ଭ କରିଦେଲେଣି । କିନ୍ତୁ ଦେଶରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ସୁନା ମାସ୍କ ପିନ୍ଧିବାକୁ ଚାହାଁନ୍ତି । କିନ୍ତୁ ଏହାକୁ ବାସ୍ତବର ରୂପ ଦେଇଛନ୍ତି ପୁନେର ଜଣେ ବ୍ୟକ୍ତି ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ପୁନେର ଶଙ୍କର କୁହାର୍ଡ଼େ ନାମକ ଜଣେ ବ୍ୟକ୍ତି କରୋନାରୁ ରକ୍ଷା ପାଇବା ପାଇଁ ସୁନାରେ ତିଆରି କରିଛନ୍ତି ମାସ୍କ । ଏହି ମାସ୍କର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହି ମାସ୍କ ଦେଶର ସବୁଠାରୁ ମହଙ୍ଗା ମାସ୍କ ଭାବରେ ପରିଗଣିତ ହୋଇଛି । ଶଙ୍କରଙ୍କୁ କିଛି ଲୋକ ସୁନା ମଣିଷ ବୋଲି କହନ୍ତି । ସେ ସବୁବେଳେ ସୁନା ଆଭୂଷଣରେ ଆଚ୍ଛାଦିତ ହୋଇ ରହିଥାଆନ୍ତି । ସେ ପ୍ରାୟ ୩ କିଲୋ ଓଜନର ସୁନା ପିନ୍ଧି ବାହାରକୁ ବାହାରନ୍ତି ବୋଲି କୁହାଯାଇଛି ।

Get real time updates directly on you device, subscribe now.