fbpx
BJD SKY
BJD SKY

ଜୁଲାଇ ୬ରୁ ୮ ଯାଏ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

BJD

କଟକ, ୫/୭(ଓଡ଼ିଶା ଭାସ୍କର): ଜୁଲାଇ ୮ ଯାଏ ଓଡ଼ିଶା ହାଇକୋର୍ଟ ଓ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସୂଚନା ମିଳିଛି।କଟକ ସଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ନିଷ୍ପତ୍ତି ନିଆଯାଇଛି। ୬ରୁ ୮ ତାରିଖ ଯାଏ ହାଇକୋର୍ଟ ବନ୍ଦ ରହିବ।

ଉଲ୍ଲେଖ ଯୋଗ୍ୟ ଯେ ଜୁଲାଇ ୮ ରାତି ୧୨ଟା ଯାଏଁ କଟକ ସହର ସଟଡ଼ାଉନ ରହିବ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସିଏମସି ପକ୍ଷରୁ ଗତକାଲି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । କେବଳ ସଉଦା, କ୍ଷୀର ଓ ପରିବା ଦୋକାନ ଖୋଲା ରହିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ସବୁ ଦୋକାନ ଖୋଲା ରହିବ । ଅନଲାଇନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମଗାଇ ହେବ ବୋଲି ଅନୁମତି ମିଳିଛି । ଏହାସହ ଔଷଧ ଦୋକାନ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସିଏମସି ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା।

Get real time updates directly on you device, subscribe now.