fbpx
BJD SKY
BJD SKY

ସୁନା ରେଟରେ ବଡ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

BJD

ଅନଲକ୍-୧ରେ ଲଗାତାର ଦ୍ୱିତୀୟ ଥର ପାଇଁ ସୁନା-ରୂପା ପୂଲ୍ୟରେ ଏକ ବଡ ପରିବର୍ତ୍ତନ ହୋଇଛି । ଆଜି ସାରା ଦେଶରେ ସୁନା ହାରାହାରି ୫୧୫ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୬,୯୯୪ ଟଙ୍କାରେ ବିକ୍ରି ହେଉଛି । ସେହିପରି ୨୩ କ୍ୟାରେଟ୍ ସୁନା ମୂଲ୍ୟରେ ୫୧୩ ଟଙ୍କା ବୃଦ୍ଧି ପାଇଛି । ବିବାହ ଋତୁ ସମୟରେ ୨୪ କ୍ୟାରେଟ୍ ସୁନାରୁ ନେଇ ୧୮ କ୍ୟାରେଟ୍ ପର୍ଯ୍ୟନ୍ତ, ସୁନା ମୂଲ୍ୟ ବଢିବାରେ ଲାଗିଛି ।

ଅନ୍ୟପଟେ ରୂପାରେ କେବଳ ୩୫ ଟଙ୍କା ବୃଦ୍ଧି ପାଇଛି । ତେବେ ଗତ ୨ ଦିନରେ ସୁନା ପାଖାପାଖି ୯୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି । ୧ରୁ ୮ ଜୁନ୍ ମଧ୍ୟରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୫୫୪ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପା ୧୫୩୦ ଟଙ୍କା ଶସ୍ତା ହୋଇଥିଲା । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଆସୋସିଏନର ୱେବସାଇଟ (ibjarates.com)ରେ ସୁନା-ରୂପାର ହାରାହାରି ମୂଲ୍ୟ ଅପଡେଟ୍ କରାଯାଇଛି ।

ତେବେ ଗତ ସୋମବାର ଅର୍ଥାତ ୮ ଜୁନ ସକାଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୯୬ ଟଙ୍କା କମିଥିଲା । ଏହି କ୍ରମରେ ୧୦ ଗ୍ରାମ ସୁନା ୪୬,୪୦୦ ଟଙ୍କାରେ ବିକ୍ରି ହୋଇଥିଲେ । ସେହିପରି ରୂପା ୨୩୦ ଟଙ୍କା ହ୍ରାସ ପାଇ ୪୭,୫୭୦ ଟଙ୍କାରେ ବିକ୍ରୀ ହୋଇଥିଲା ।

Get real time updates directly on you device, subscribe now.