fbpx

ସୁନାର ଦରରେ ଆସିଲା ପରିବର୍ତ୍ତନ : ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର : ଇତ୍ସାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ଯୋଗୁଁ ସୁନାର ଦରରେ ଆଜି ପରିବର୍ତ୍ତନ ଆସିଛି । ପାର୍ବଣ ଋତୁରେ ସୁନାର ମୂଲ୍ୟରେ କିଛିଟା ପରିବର୍ତ୍ତନ ଆସିଛି । ତେଣୁ ସୁନା କିଣିବାକୁ ମନବଳାଇଥିଲେ ନଜର ପକାନ୍ତୁ କେତେ ରହିଛି ସୁନାର ଦାମ ଏବଂ ଗତକାଲି ଅପେକ୍ଷା ସୁନାର ଦରରେ କ’ଣ ପରିବର୍ତ୍ତନ ହୋଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୩,୬୫୦ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୮,୫୩୦ଟଙ୍କା ରହିଛି ।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୩,୬୫୦ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୮,୫୩୦ଟଙ୍କା ହୋଇଛି । ଏହିଭଳି ଦେଶର ପ୍ରମୁଖ ସହରରେ ବି ସୁନାର ମୂଲ୍ୟ ବଢିଯାଇଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟର ମୂଲ୍ୟ ଯଥାକ୍ରମେ ୫୩,୬୫୦ ଟଙ୍କା ଓ ୫୮,୫୩୦ ଟଙ୍କା ଥିବା ରେକର୍ଡ କରାଯାଇଥିବା ବେଳେ ନୂଆଦିଲ୍ଲୀରେ ବି ସୁନାର ଦର ଦଶ ଗ୍ରାମ ପ୍ରତି ଯଥାକ୍ରମେ ୫୩,୮୦୦ ଟଙ୍କା ଓ ୫୮,୬୮୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୩,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୮,୬୯୦ ଟଙ୍କା ଥିବା ରେକର୍ଡ ହୋଇଛି । ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୫୩,୬୫୦ ଟଙ୍କା ଓ ୫୮,୫୩୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ବି ୧ କିଲୋଗ୍ରାମ ପ୍ରତି ୭୨,୬୦୦ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.