fbpx
BSKY
BJD MC SKY
BJD MS SKY

ରାମ ମନ୍ଦିର ପ୍ରତିଷ୍ଠା ଦିବସ: ବିଶ୍ୱର ୮୦ଟି ଦେଶର ମୁଖ୍ୟଙ୍କୁ ପଠାଯିବ ନିମନ୍ତ୍ରଣ ପତ୍ର

ନୂଆଦିଲ୍ଲୀ: ସମସ୍ତ ରାମଭକ୍ତଙ୍କ ପାଇଁ ଶୁଭ ମୁହୂର୍ତ୍ତ ପାଖେ ଆସୁଛି । ରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀରାମ ବିରାଜମାନ କରିବେ । ସେଥିପାଇଁ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ଅନ୍ୟପକ୍ଷରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଆୟୋଜକୁ ବିଶ୍ୱବ୍ୟାପି କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।

ଆସନ୍ତା ବର୍ଷ ଜାନୁଆରୀ ମାସ ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ବିଶ୍ୱର ୮୦ଟି ରାଷ୍ଟ୍ରର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ତେବେ ଦେଶ, ବିଦେଶରେ ଖ୍ୟାତି ଅର୍ଜନ କରିଥିବା ପାଖାପାଖି ୩ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି ।

ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ଦେଶର ନୁହେଁ ବିଦେଶୀ ଅତିଥିଙ୍କର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂଚୀରେ ଦେଶ ସମେତ ବିଶ୍ୱର ୮୦ଟି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ନାମ ସାମିଲ କରାଯାଇଛି । ତେବେ ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ବିଶ୍ୱର ୨୫ଟି ଦେଶର ପ୍ରତିନିଧି ଉପସ୍ଥିତି ରହିବା ନେଇ ସଙ୍କେତ ଦେଇ ସାରିଛନ୍ତି । ସେହିପରି ୨୫ଟି ଦେଶର ପ୍ରତିନିଧି ମହୋତ୍ସବରେ ଉପସ୍ଥିତ ରହିବେ ବୋଲି କୁହାଯାଉଛି । ଅଯୋଧ୍ୟାରେ ପଞ୍ଚତାରକା ସୁବିଧା ଥିବା ଟେଣ୍ଟ ପ୍ରସ୍ତୁତ କରଯାଉଛି ।

ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅବସରରେ ଭାରତର ବହୁ ପ୍ରସିଦ୍ଧ ସାଧୁ-ସନ୍ଥଙ୍କ ବ୍ୟତୀତ ସାରା ଦୁନିଆର ବିଶିଷ୍ଟ ଲୋକମାନେ ସାମିଲ ହେବେ । ଏହି ବିଶିଷ୍ଟ ଅତିଥିଙ୍କ ଲିଷ୍ଟରେ ଡାକ୍ତର, ଫିଲ୍ମ ଅଭିନେତା, ବୈଜ୍ଞାନିକ, ସମାଜସେବୀ ଓ ବିଭିନ୍ନର ଧର୍ମର ଖ୍ୟାତିସମ୍ପନ୍ନ ବ୍ୟକ୍ତି ରହିଛନ୍ତି ।

Get real time updates directly on you device, subscribe now.