fbpx

ଯଦି ଆପଣଙ୍କୁ ମିଳି ନାହିଁ Emergency ଆଲର୍ଟ ମେସେଜ ! ତେବେ ତୁରନ୍ତ ମୋବାଇଲ ସେଟିଙ୍ଗ ଠିକ କରନ୍ତୁ

ଓଡିଶା ଭାସ୍କର : ଯଦି ଆପଣ ଜଣେ ସ୍ମାର୍ଟ ଫୋନ ବ୍ୟବହାରକାରୀ ଏବଂ ଗତ ୨ ମାସ ଭିତରେ ଅନେକ ଆଲର୍ଟ ମେସେଜ ଦେଖିଥିବେ । କାଲି ମଧ୍ୟ ୧୦ ଅକ୍ଟୋବରରେ ମଧ୍ୟ ସମସ୍ତଙ୍କୁ ଏହି ଏମୋରର୍ଜସି ଆଲର୍ଟ ମେସେଜ ଲୋକମାନଙ୍କୁ ମିଳିଛି । କିନ୍ତୁ ଏଥର ଏହି ମେସେଜ ଟିକେ ଅଲଗା ଥିଲା । ଏହା ପୂର୍ବରୁ ଲୋକମାନଙ୍କୁ କେବଳ ଗୋଟିଏ ଥର ଆଲର୍ଟ ମେସେଜ ମିଳୁଥିଲା । କିନ୍ତୁ ଏଥର ଅନେକ ଥର ଆସିଥିଲା । ଏହା ଦ୍ୱାରା ଅନେକ ଲୋକଙ୍କ ସମସ୍ୟା ମଧ୍ୟ ହୋଇଥିଲା ।

ତେବେ ସରକାର ଏପରି କିଛି ବ୍ୟବସ୍ଥା କରୁଛନ୍ତି ଯାହା ଦ୍ୱାରା କୌଣସି ବିପଦ ବା ଆପତ୍ତି ଆସିବା ଦ୍ୱାରା ସବୁ ଲୋକମାନଙ୍କୁ ଏକା ସାଙ୍ଗରେ ମେସେଜ ପଠାଯାଇ ପାରିବ । ତେବେ ଏହି ମେସେଜ ମଧ୍ୟ ସରକାରଙ୍କ ତରଫରୁ ପଠା ଯିବ ତେଣୁ ଏଥିରେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ତେବେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଆଲର୍ଟ ମେସେଜ ମଧ୍ୟ ମିଳୁ ନାହିଁ । ତେବେ ଆପଣ ଯଦି ସେହି ତାଲିକାରରେ ଆସୁଛନ୍ତି ତେବେ ଆପଣଙ୍କ ଫୋନରେ ଆଲର୍ଟ ମେସେଜ ପାଇଁ ସେଟିଙ୍ଗ ଅନ କରନ୍ତୁ । ଏମୋର୍ଜନ୍ସି ଆଲର୍ଟ ମେସେଜ ଅନ ରଖିବା ନିହାତି ଆବଶ୍ୟକ । ଏହା ଆପଣଙ୍କ ବିପଦ ସମୟରେ ସାହାର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିବା କିପରି ଆପଣ ଏହାର ସେଟିଙ୍ଗ ପରିବର୍ତ୍ତନ କରିବେ ।

୧. ଆଲର୍ଟ ମେସେଜ ପାଇଁ ପ୍ରଥମେ ଫୋନର ସେଟିଙ୍ଗକୁ ଯାଆନ୍ତୁ ।
୨. ଏବେ ସର୍ଚ୍ଚ ବାରରେ ନୋଟିଫିକେସନ ଲେଖି ସର୍ଚ୍ଚ କରନ୍ତୁ ।
୩. ଏହା ପରେ ଆଡଭାନ୍ସ ସେଟିଙ୍ଗରେ ଯାଆନ୍ତୁ ଏଥିରେ ଅପସନକୁ କ୍ଲିକ କରନ୍ତୁ ।
୪. ଏଠାରେ ଆପଣଙ୍କୁ ୱେୟାରଲେସ ଏମରର୍ଜନ୍ସି ଆଲର୍ଟ ମିଳିବ ଏହାକୁ ଏନାବଲ କରିଦିଅନ୍ତୁ ।
୫. ଏହା ପରେ ଯେତେବେଳେ ମେସେଜ ଆସିବ ଆପଣଙ୍କୁ ମଧ୍ୟ ନୋଟିଫିକେଶନ ମିଳିବ ।

Get real time updates directly on you device, subscribe now.