fbpx
BSKY
BJD MC SKY
BJD YOUTH SKY

ପୁଣି ବଢିଲା ସୁନା ଦର, ଚାନ୍ଦିରେ ୬୪୯ଟଙ୍କା ବୃଦ୍ଧି: ଜାଣନ୍ତୁ କଣ ରହିଛି ଲିଷ୍ଟ

ନୂଆଦିଲ୍ଲୀ: କିଛିଦିନ ହେବ ଭାରତୀୟ ବଜାରରେ ସୁନା ଓ ଚନ୍ଦିର ଦରରେ ଅସ୍ଥିରତା ଦେଖାଦେଉଛି । ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଉପରେ ସୁନା ଚାନ୍ଦି ଦରରେ ବୃଦ୍ଧି ଘଟିଛି । ୨୪ ଡିସେମ୍ବରରେ ସୁନାର ମୂଲ୍ୟ ୦.୪୦ ପ୍ରତିଶତ ବଢି ବଜାରରେ ବିକ୍ରି ହେଉଛି । ସେହିପରି ଆଜି ଚାନ୍ଦି ଦରରେ ୧.୦୫ ପ୍ରତିଶତ ବଢିଛି ।

ଗୁରୁବାର ଦିନ ବାୟଦା ବଜାରରେ ୨୪କ୍ୟାରେଟ ସୁନାର ଶୁଦ୍ଧତା ମୂଲ୍ୟ ୯ଟା ୧୦ମିନିଟରେ ୨୧୦ଟଙ୍କା ବଢି ୫୨,୬୬୧ ଟଙ୍କା ପ୍ରତି ୧୦ଗ୍ରାମରେ କାରବାର ହେଉଥିଲା । ତେବେ ସୁନାର ଆଜି ମୂଲ୍ୟରେ ୫୨,୫୦୦ ଟଙ୍କା ବଦଳି ୫୨,୬୮୮ ଟଙ୍କା ରହିଛି । ଏହାପରେ ସୁନାରେ କିଛି ଟଙ୍କା କମି ୫୨,୬୬୧ ଟଙ୍କା ହେଲା । କାଲି ଏମସିଏକ୍ସ ଉପରେ ସୁନାର ଦର ୦.୩୫ ପ୍ରତିଶତରେ ୫୨,୪୭୦ଟଙ୍କା ଉପରେ ବନ୍ଦ ହୋଇଥିଲା ।

ମଲ୍ଟି ଏକ୍ସଚେଞ୍ଜ ଉପରେ ଚାନ୍ଦିର ଦର ଖୁବ ଜୋରସୋରରେ ବଢିବାରେ ଲାଗିଛି । ଆଜି ଚାନ୍ଦିରେ ୬୪୯ଟଙ୍କା ବଢି ୬୨,୨୭୨ ଟଙ୍କାରେ କାରବାର ହେଉଛି । ଚାନ୍ଦିର ଦର ୬୨ ହଜାର ୯୯ଟଙ୍କା ରହିଥିଲା । ଗୋଟେ ଥର ଏହା ବଢି ୬୨,୪୬୦ ଟଙ୍କା ହୋଇଯାଇଥିଲା । କିନ୍ତୁ ପରେ ଏହା କମି ୬୨,୨୭୯ଟଙ୍କା ହୋଇଗଲା । ପୁଣି ୧.୩୭ପ୍ରତିଶତ ବଢି ୬୧,୬୪୦ ଟଙ୍କାରେ ସ୍ଥଗିତ ରହିଥିଲା ।

ବୁଧବାର ଦିନ ନୂଆଦିଲ୍ଲୀ ବଣିଆ ବଜାରରେ ସୁନାର ମୂଲ୍ୟ ପ୍ରତି ୧୦ଗ୍ରାମରେ ୪୦ଟଙ୍କା କମି ୫୨,୭୯୭ ଟଙ୍କାରେ ସ୍ଥଗିତ ରହିଛି । ସେହିପରି ଚାନ୍ଦିର ମୂଲ୍ୟ ୧୧୦ଟଙ୍କା ବଢି ୬୨,୦୫୬ ଟଙ୍କା ପ୍ରତି କୋଲୋଗ୍ରାମରେ ବନ୍ଦ ହୋଇଛି ।

Get real time updates directly on you device, subscribe now.