fbpx

ମଶାଣୀରେ ବ୍ୟକ୍ତି କାଟିଲେ କେକ ପାଳିଲେ ଜନ୍ମଦିନ ,ସାମିଲ ହେଲେ ୧୦୦ ଗେଷ୍ଟ

ଥାନେ:ଦେଶରେ ଏଭଳି ବହୁତ କିଛି କାର୍ଯ୍ୟ ହେଉଛି ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ପୁର୍ବରୁ କୌଣସି ସ୍ଥାନରେ ଜନ୍ମଦିନକୁ ନେଇ ବାରଣ ଥିବା ବେଳେ ଏବେ ସବୁ ଠାରେ ଲୋକମାନେ ଜନ୍ମଦିନ ପାଳନ କରୁଛନ୍ତି । ମୁଖ୍ୟତଃ ହିନ୍ଦୁ ରୀତିନୀତିରେ ଜନ୍ମଦିନ ପାଳନ କରିବାକୁ ବାରଣ କରାଯାଇଥାଏ । ଏହି ଦିନ କେକ କାଟିବା କିମ୍ବା ମହମବତୀ ଲିଭାଇବାକୁ ଅଶୁଭ ଧରାଯାଏ । କିନ୍ତୁ ମହାରାଷ୍ଟ୍ରର ଥାନେ ରେ ଜଣେ ବ୍ୟକ୍ତି ଏଭଳି ଭାବରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଥାନେ ଜିଲ୍ଲାର କଲ୍ୟାଣ ନଗରରେ ଜଣେ ୫୪ ବର୍ଷୀୟ ଗୌତମ ରତନ ମୋରେ ନାମକ ବ୍ୟକ୍ତି ମଶାଣୀରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି ।ମୋରେ ୧୯ ନଭେମ୍ବରରେ ମଶାଣୀରେ ଜନ୍ମଦିନ ପାଳନ କରିଛନ୍ତି । ଏହାସହିତ ସେ ଏହି ପାର୍ଟିରେ ଯେଉଁମାନେ ଭାଗ ନେଇଥିଲେ ତାଙ୍କୁ ବିରିୟାନୀ ମଧ୍ୟ ଖାଇବାକୁ ଦେଇଥିଲେ । ପାଖାପାଖି ୧୦୦ ରୁ ଅଧିକ ଲୋକ ସେମାନଙ୍କର ପିଲାମାନଙ୍କ ସହ ସେଠାରେ ପହଞ୍ଚିଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ମୋରେ କହିଛନ୍ତି ଯେ ଏହି ପାର୍ଟୀରେ ୪୦ ମହିଳାଙ୍କ ସହିତ ୧୦୦ ଲୋକ ଉପସ୍ଥିତ ଥିଲେ । ତେବେ ଏହାକୁ ନେଇ ପଚରାଯିବାରୁ ସେ କହିଛନ୍ତି ଯେ ଏହା ଏକ ସ୍ୱତନ୍ତ୍ର ଅଭିଯାନ ଅଟେ । ଯେଉଁମାନେ ଭାବନ୍ତି ମଶାଣୀରେ କଳାଯାଦୁ ,ଅନ୍ଧବିଶ୍ୱାସ ଆଦିକୁ ପ୍ରଶୟ ଦିଅନ୍ତି ଏହା ବାସ୍ତବରେ ତାଙ୍କୁ ଭୁଲ ପ୍ରମାଣ କରିବା ପାଇଁ ଏକ ଛୋଟ ପ୍ରୟାସ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମଶାଣୀ ରେ କେହି ଭୂତ ପେତ ନଥାଆନ୍ତି । ଏହା କେବଳ ଭୂଲ ଧାରଣା ।

Get real time updates directly on you device, subscribe now.