fbpx

ଭୂତ ପ୍ରେତ ଉପରେ ବିଶ୍ୱାସ କରୁନଥିଲେ ହୋଇଯାଆନ୍ତୁ ସାବଧାନ: ଏହି ଭୁଲ କଲେ ଶରୀରରେ ପ୍ରବେଶ କରିବ ଭୂତ

ସତରେ ଦୁନିଆରେ କଣ ଭୁତ, ପ୍ରେତ ଅଛନ୍ତି । କିଛି ଲୋକ ମାନନ୍ତି ଦୁନିଆରେ ଭୂତ ପ୍ରେତ କିଛି ନାହାନ୍ତି । ଏ ସବୁ ମନଗଢା କାହାଣୀ । କିନ୍ତୁ ପୁରାଣ ଶାସ୍ତ୍ର କୁ ଅନୁମାନ କଲେ କେତେକ ଧାର୍ମିକ ଲୋକ କୁହନ୍ତି ସତରେ ଦୁନିଆରେ ଭୂତ,ପ୍ରେତ ଅଛନ୍ତି । ଯେପରି ଧର୍ମ ସହ ଅଧର୍ମ, ପାପ ସହ ପୂଣ୍ୟ ଯୋଡି ହୋଇ ରହିଛି । ସେହିପରି ସକରାତ୍ମକ ଶକ୍ତି ସହ ନକରାତ୍ମକ ଶକ୍ତି ଯୋଡି ହୋଇ ରହିଛି । ଯଦି ସଂସାରରେ ଭଗବାନ ସତ୍ୟ । ତେବେ ଭୂତ ପ୍ରେତ ମଧ୍ୟ ସତ । କୁହାଯାଏ ଯେଉଁ ବ୍ୟକ୍ତିର ଅକାଳ ମୃତ୍ୟୁ ଘଟେ ସେହି ବ୍ୟକ୍ତିର ଆତ୍ମା ଶରୀର ତ୍ୟାଗକରେ ଚାରିଆଡେ ଅତୃପ୍ତ ହୋଇ ଘୁରିବୁଲେ । ଯାହାର ଅନୁଭବ ତାର ପରିବାର ଓ ସମ୍ପର୍କର୍ୀୟ ଲୋକଙ୍କୁ ଜଣାପଡେ । ଯାହାକୁ ଆମେ ଭୂତର ଆଖ୍ୟା ଦେଇଥାଉ । ଯଦି ଆମେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁମାନ କରିବା ତେବେ ସଂସାରରେ ଭୂତ ପ୍ରେତ କିଛି ନାହିଁ । ଏହା କେବଳ ଆମ ମନର ଭ୍ରମ ହୋଇଥାଏ । ସତରେ କଣ ଦୁନିଆରେ ଅଦୃଶ ଶକ୍ତି ଅଛନ୍ତି ଯାହା ଆମ ଚାରିପାଖରେ ଘୁରିବୁଲୁଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଭୁଲ କଲେ ଆମ ଶରୀରରେ ଭୂତ ପ୍ରେତ ମାନଙ୍କର ପ୍ରବେଶ ହୋଇଥାଏ ।

କେବେ ବି କୌଣସି ଗଛ ମୂଳେ ପରିସ୍ରା କରିବା ଉଚିତ୍ ନୁହେଁ । ଆମେ ଆମ ଜୀବନରେ ବିନା କୌଣସି ସ୍ଥାନ କାଳ ପାତ୍ର ଦେଖି ପରିସ୍ରା କରିଥାଉ । ଅଥବା ସେହି ଯାଗାରେ ଛେପ ମଧ୍ୟ ପକାଇଥାଉ । ଯାହା ଆମ ଜୀବନର ପ୍ରଥମ ଭୁଲ ହୋଇଥାଏ । ଏହିପରି ଭୁଲ କରୁଥିବା ଲୋକ ପ୍ରଥମେ ଦେଖନ୍ତୁ ସେଠାରେ କୌଣସି ମଶାଣୀ କିମ୍ବା କବର ଅଛି କି ନାହିଁ । ସେଠାରେ ମନ୍ଦିର ଅଛି କି ନାହିଁ । ଯଦି ଆପଣଙ୍କୁ ସେଠାରେ ଏହିପରି କିଛି ବି ନଜର ନଆସୁଛି ତେବେ ସେଠାରେ ପରିଶ୍ରା ବା ଛେପ ପକାଇବା ପୂର୍ବରୁ ଥରେ ଗାୟତ୍ରୀ ମନ୍ତ୍ର ଉଚାରଣ କରିଦିଅନ୍ତୁ । ଯଦି ଆପଣଙ୍କୁ ଗାୟତ୍ରୀ ମନ୍ତ୍ର ଜଣାନାହିଁ ତେବେ ହାତ ଯୋଡି ଭଗବାନଙ୍କ ନାମ ନେଇଯାଆନ୍ତୁ । ଯାହା ଫଳରେ ସେଠାରେ ଯଦି କିଛି ନକରାତ୍ମକ ଶକ୍ତି ଥାଏ ତେବେ ସେହି ନକରାତ୍ମକ ଶକ୍ତି ଆପଣଙ୍କୁ କୌଣସି କ୍ଷତି ପହଁଚାଇବ ନାହିଁ । ପ୍ରାୟତଃ ଏହି ଭଳି ଭୁଲ ଗାଁ ଗହଳୀର ଲୋକମାନେ କରିଥାନ୍ତି । ବିନା କୌଣସି ସ୍ଥାନ କାଳ ପାତ୍ର ଦେଖି ଛେପ ପକାଇଥାନ୍ତି । ଯେଉଁଥିପାଇଁ ସେମାନଙ୍କୁ ତାର ମୂଲ୍ୟ ଦେବାକୁ ପଡିଥାଏ । ଯଦି ଆପଣଙ୍କ ଉପରେ କେହି ଛେପ ପକାନ୍ତି ତେବେ ଆପଣଙ୍କ ରକ୍ତ ଗରମ ହୋଇଯାଇଥାଏ । ଆଉ ଆପଣ ତାର ପ୍ରତିଶୋଧ ନେବାପାଇଁ ଚାହିଁ ରହିଥାନ୍ତି । ସେହିପରି ନକରାତ୍ମକ ଶକ୍ତି ଆପଣଙ୍କ ପିଛା କରିଥାଏ । ଏବଂ ସମୟ ସୁବିଧା ଦେଖି ସେ ଆପଣଙ୍କ ଠାରୁ ପ୍ରତିଶୋଧ ମଧ୍ୟ ନେଇଥାଏ ।

ଅନ୍ୟପଟେ ଯଦି ଆପଣ କୌଣସି ଦୂର ଯାଗାକୁ ଅଥବା କିଲା କିମ୍ବା ରାଜବାଟୀ ଯାଉଛନ୍ତି ଏବଂ ଆପଣଙ୍କ ସାଙ୍ଗକୁ ଯୋରେ ନାଁ ଧରି ଡାକୁଛନ୍ତି । ତେବେ ସତର୍କ ହୋଇଯାଆନ୍ତୁ । କାରଣ ଗୋଟିଏ ନାଁରେ ଅନେକ ଲୋକ ଅଛନ୍ତି । ଯାହାର ଫାଇଦା ଭୁତ ପ୍ରେତ ମାନେ ଉଠାଇଥାନ୍ତି । ସେମାନେ ଭାବନ୍ତି ତାଙ୍କ ନାମ ଧରି କିଏ ଡାକୁଛି । ଫଳରେ ସେମାନେ ତାଙ୍କ ପଛେ ପଛେ ଘର ପର୍ଯ୍ୟନ୍ତ ଚାଲି ଆସନ୍ତି । ଆଉ ସେହି ଲୋକକୁ ତାର ଶୀକାର ବନେଇଥାନ୍ତି । ଆଉ ଯେତେବେଳେ ସେ ଦୃଷ୍ଟ ଆତ୍ମାକୁ ତା ଭିତରୁ କଢାଯାଏ । ସେତେବେଳେ ସେହି ଦୁଷ୍ଟ ଆତ୍ମା ଚିକ୍ରାର କରି କହିଥାଏ ସେ ମୋତେ ଡାକିଥିଲା । ମୁଁ ଏବେ ତାକୁ ଛାଡିକି କୁଆଡେ ଯିବିନି । ତେବେ ସେ କିଲ୍ଲା ହେଉ କି ରାଜବାଟୀ କି ଶୁନଶାନ ଜାଗା ଆପଣମାନେ କେବେ କାହାର ନାଁ ଧରି ସତରେ ହେଉକି ମିଛରେ ଡାକନ୍ତୁ ନାହିଁ । ବରଂ ତାକୁ ହିଁ ଡାକିବେ ଯିଏ ଆପଣଙ୍କ ପାଖରେ ଥିବ । ନଚେତ୍ ତାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡିବ ।

Get real time updates directly on you device, subscribe now.