fbpx
BJD SKY
BJD SKY

ଆଜି ସୁନା ଦର ଆକାଶ ଛୁଆଁ : ଗ୍ରାମ ପ୍ରତି ୯୦୦ଟଙ୍କା ବୃଦ୍ଧି, ଜାଣନ୍ତୁ କେତେ ରହିଛି ଆଜିର ସୁନା ଦର

BJD

ଭୁବନେଶ୍ୱର : ପାବର୍ଣ ଋତୁରେ ବଢିବାରେ ଲାଗିଛି ସୁନା ଦର । ଆଗକୁ ଗଜଲକ୍ଷ୍ମୀ ପୂଜା ଆସୁଥିବା ଯୋଗୁଁ ଲୋକେ ସୁନା କିଣିବାକୁ ମନବଳାଇଥିବା ବେଳେ, ଅନ୍ୟପଟେ ସୁନା ଦରରେ ନିଆଁ ଲାଗିଛି ତେବେ ଆସନ୍ତୁ ଜାଣିବା ଆଜି କେତେ ରହିଛି ସୁନା ଦର ? ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭,୪୦୦ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୨,୬୨୦ଟଙ୍କା ହୋଇଛି ।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ଆଜି ୨୨କ୍ୟାରେଟ ସୁନାର ମୂଲ୍ୟ ୫୭,୪୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୨,୬୨୦ଟଙ୍କା ରହିଛି । ସେହିଭଳି ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୭,୭୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୨,୯୫୦ଟଙ୍କା ହୋଇଥିବାର ରେକର୍ଡ କରାଯାଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ବି ୨୨ କ୍ୟାରେଟ ସୁନାର ମୂଲ୍ୟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୫୭,୪୦୦ ଟଙ୍କା ଓ ୬୨,୬୨୦ଟଙ୍କା ରହିଛି । ଭାରତର ପ୍ରମୁଖ ସହର ମୁମ୍ବାଇରେ ବି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୭,୪୦୦ଟଙ୍କା ଓ ୬୨,୬୨୦ ଟଙ୍କା ଥିବାର ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୭,୫୫୦ଟଙ୍କା ଓ ୬୨,୭୭୦ଟଙ୍କା ଥିବାର ଆକଳନ କରାଯାଇଛି । ସୁନା ଭଳି ରୁପାର ମୂଲ୍ୟ ବି ୧ କିଲୋଗ୍ରାମ ପ୍ରତି ୭୫,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.