ଶସ୍ତା ହେଲା ସୁନା, ଜାଣନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦାମ୍
ରୂପାର ମୂଲ୍ୟ ଗତ ଶୁକ୍ରବାର ତୁଳନାରେ ୧୦୦ ଟଙ୍କା ହ୍ରାସ ପାଇଛି।
ନୂଆଦିଲ୍ଲୀ: ଲଗାତାର ବଢ଼ୁଥିବା ସୁନା ଦର ଉପରେ ଆଜି ଲାଗିଛି ରୋକ। ଆଜି ବଜାରରେ କମିଛି ସୁନା ମୂଲ୍ୟ। ଆଜି ସୋମବାର, ଅଗଷ୍ଟ ୧୧ ତାରିଖରେ ସୁନାର ମୂଲ୍ୟ ହ୍ରାସ ପାଇଛି।
ଗତ ସପ୍ତାହର ଶୁକ୍ରବାର ତୁଳନାରେ ସୁନାର ମୂଲ୍ୟ ୩୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଦିଲ୍ଲୀ, ୟୁପି, ରାଜସ୍ଥାନ, ବିହାର ଭଳି ରାଜ୍ୟରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୦୨,୨୦୦ ଟଙ୍କା ଉପରେ କାରବାର ହେଉଛି। ଏଠାରେ ଜାଣନ୍ତୁ ୧୧ ଅଗଷ୍ଟ ୨୦୨୫ ପାଇଁ ସୁନା ଏବଂ ରୂପାର ମୂଲ୍ୟ।
ରୂପା ମୂଲ୍ୟ
ଦେଶର ବଡ଼ ବଡ଼ ରାଜ୍ୟଗୁଡ଼ିକରେ ୧ କିଲୋଗ୍ରାମ ରୂପାର ମୂଲ୍ୟ ୧,୧୭,୦୦୦ ଟଙ୍କା ପ୍ରତି କିଲୋଗ୍ରାମରେ କାରବାର ହେଉଛି। ଆଜି ରୂପାର ମୂଲ୍ୟ ଗତ ଶୁକ୍ରବାର ତୁଳନାରେ ୧୦୦ ଟଙ୍କା ହ୍ରାସ ପାଇଛି।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୨, ୨୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୩,୭୫୦ ଟଙ୍କା ଛୁଇଁଛି ।
ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧, ୦୩,୦୪୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୪ ହଜାର ୪୫୦ ଟଙ୍କା ରହିଛି ।
ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୦୨,୨୮୦ ଟଙ୍କା ଓ ୨୨ କ୍ୟାରେଟ୍ ୯୩, ୭୫୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୦୨,୨୮୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୩ ହଜାର,୭୫୦ ଟଙ୍କା ରହିଛି ।
ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୦୨,୨୮୦ ଓ ୯୩,୭ ୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୭,୦୦୦ ଟଙ୍କା ହୋଇଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୨,୨୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୯୩, ୭୫୦ ଟଙ୍କାକୁ ପହଞ୍ଚିଛି ।
କେମିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।