ନୂଆଦିଲ୍ଲୀ : ସୁନା ଓ ରୂପାରେ ଆଜି ହ୍ରାସ ଦେଖିବାକୁ ମିଳିଛି | ଗତ ଏକ ସପ୍ତାହରେ, ସୁନା ଓ ରୂପା ମୂଲ୍ୟରେ କ୍ରମାଗତ ବୃଦ୍ଧି ରେକର୍ଡ କରାଯାଇଥିଲା | ଏହା ପରେ ଆଜି ପ୍ରାୟ 1000 ଟଙ୍କା ହ୍ରାସ ରେକର୍ଡ କରାଯାଇଛି। ଦିଲ୍ଲୀରେ ସୁନା ଦର ମୁମ୍ବାଇଠାରୁ ଅଧିକ। ତେବେ, ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ସୁନା ରେଟ୍?
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୭ ହଜାର ୨୯୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭ ହଜାର ୯୬୩ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଗ୍ରାମ ପିଛା ୧ ଟଙ୍କା ହ୍ରାସ ପାଇଛି। ସେହିପରି ୧୮ କ୍ୟାରେଟ୍ ସୁନା ଗ୍ରାମ ପିଛା ୫ ହଜାର ୯୭୨ ରହିଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ମୂଲ୍ୟ ୭,୩୧୪ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭,୯୭୮ ଟଙ୍କା ରହିଛି ।
ସେହିପରି ମୁମ୍ବାଇରେ ମଧ୍ୟ ସୁନା ଦର କମିଛି। ୨୨ କ୍ୟାରେଟ୍ ର ୧ଗ୍ରାମ୍ ମୂଲ୍ୟ ୭,୨୯୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭,୯୬୩ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧ ଟଙ୍କା କମିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ଦର ଖସିଛି। ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ମୂଲ୍ୟ ୭,୨୯୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭,୯୬୩ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧ ଟଙ୍କା ଲେଖାଏ ହ୍ରାସ ପାଇଛି।
ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧ଗ୍ରାମ୍ ମୂଲ୍ୟ ୭,୨୯୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ୭,୯୬୩ ଟଙ୍କା ରହିଛି।। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫ ହଜାର ୯୭୨ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୨୨ କ୍ୟାରେଟ୍ , ୨୪ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ରେ ୧ ଟଙ୍କା ଲେଖାଏ ହ୍ରାସ ପାଇଛି।