fbpx
BJD SKY
BJD SKY

(Video) ଆସ ଲୋ ଖାଇବା ସୁନା ଗୁପଚୁପ… ମାର୍କେଟରେ ମିଳିଲାଣି ସୁନା-ରୂପାରେ ତିଆରି ଗୁପଚୁପ: ଆପଣ ଦେଖିଲେଣି?

BJD

ଓଡ଼ିଶା ଭାସ୍କର: ଗୁପଚୁପ ଖାଇବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି । ଗୁପଚୁପ ସାଙ୍ଗକୁ ଖଟାପାଣିର ମଜା ବେଶ୍ ନିଆରା । ପିଲାଠୁ ବୁଢା ସମସ୍ତଙ୍କ ପ୍ରିୟ ଏହି ଗୁପଚୁପ । ଖରା, ବର୍ଷା ହେଉ କି ଶୀତ ସବୁ ଋତୁରେ ଗୁପଚୁପ ଖାଇବା ପାଇଁ ଲାଗେ ଲମ୍ବା ଲାଇନ୍ । ତେନ୍ତୁଳୀ କିମ୍ବା ଆମ୍ବର ଖଟା-ମିଠା ପାଣି ଆଳୁ-ମଟର ମସଲା ମିଶା ଗୁପଚୁପର ସ୍ୱାଦକୁ ଆହୁରି ସ୍ୱାଦିଷ୍ଟ କରିଦିଏ । କିନ୍ତୁ ଏବେ ଗୁପଚୁପ ଆଉ ମଇଦାରେ ତିଆରି ହୋଇନାହିଁ, ଏଥର ଗୁପଚୁପର ଏକ ନୂଆ ଭର୍ସନ ଆଣିଛନ୍ତି ଜଣେ ଷ୍ଟ୍ରିଟ ଫୁଡ ସେଲର୍ । ଏଥର ଗ୍ରାହକ ପାଇବେ ‘ସୁନା ଗୁପଚୁପ’ର ସ୍ୱାଦ । ଏହାର ଭିହିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗୁଜୁରାଟର ଅହମ୍ମଦାବାଦରେ ଜଣେ ଷ୍ଟ୍ରିଟ ଫୁଡ ସେଲର୍ ଗୁପଚୁପର ଏକ ନୂଆ ଭର୍ସନ ଆଣିଛନ୍ତି । ଏଥିରେ ଡ୍ରାଇ ଫୁଡସ ମଧ୍ୟ ସାମିଲ ରହିଛି । ଏହାକୁ ସୁନାର ଥାଳିରେ ସୁନା ଏବଂ ରୂପା ଫଏଲ ସହ ପରସା ଯାଇଥାଏ । ଏକଦମ ନୂଆ ଷ୍ଟାଇଲରେ ଗ୍ରାହକଙ୍କୁ ଗୁପଚୁପ ଦେଉଛନ୍ତି ଏହି ଷ୍ଟ୍ରିଟ ଫୁଡ ସେଲର୍ । ଗୁପଚୁପରେ କଟା ବାଦାମ, କାଜୁ ଏବଂ ପିସ୍ତା ମିଶାଇ ଭର୍ତ୍ତି କରାଯାଏ ଏବଂ ପରେ ଏଥିରେ କିଛି ମହୁ ପକାଇଥାନ୍ତି । ଏହାପରେ ଏହାକୁ ୬ଟି ଛୋଟ ଛୋଟ ଗ୍ଲାସରେ ଥଣ୍ଡା ସହିତ ଗ୍ରାହକଙ୍କୁ ପରସି ଦିଅନ୍ତି ବିକ୍ରେତା । ପ୍ରତ୍ୟେକ ‘ପୁରୀ’ ସୁନେଲି ଓ ରୂପେଲୀ ରଙ୍ଗର ଫଏଲରେ ଆଚ୍ଛାଦିତ ହୋଇ ରହିଥାଏ । ଏହି ଷ୍ଟ୍ରିଟ ଫୁଡ ସେଲର୍ ସମ୍ପୂର୍ଣ୍ଣ ସ୍ୱଚ୍ଛତାକୁ ଧ୍ୟାନରେ ରଖି ଲାଇଭ-ଫ୍ରାଏଡ ଗୁପଚୁପ ଇତ୍ୟାଦି ବିକ୍ରି କରୁଛନ୍ତି ।

ସୋସିଆଲ ମିଡିଆ ଫୁଡ ବ୍ଲଗର ଖୁସବୁ ପରମାର ଏବଂ ମନନ ନିଜ ଇନଷ୍‌ଟାଗ୍ରାମ ଆକାଉଣ୍ଟରେ ଏହାର ଏକ ଭିଡିଓ ଅପଲୋଡ କରିଛନ୍ତି । ଭିଡିଓରେ ଠେଲାରେ ଦୋକାନୀଙ୍କ ୟୁନିକ ଗୁପଚୁପ ଏବଂ ଅନ୍ୟାନ୍ୟ ଖାଦ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ଏହାକୁ ଏକ ଭିନ୍ନ ଚିନ୍ତାଧାରା କହୁଥିବା ବେଳେ କିଛି ଲୋକ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ତେଣୁ ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ କମେଣ୍ଟ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.