fbpx

କ’ଣ ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ସହିବା ଭାରି କଷ୍ଟ । ଯେତେବେଳେ ଦାନ୍ତରେ ଯନ୍ତ୍ରଣା ହୁଏ, କଥା ହେବା, ଖାଇବା ପିଇବା କଷ୍ଟକର ହୋଇଯାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୁଏ ଯେ, ପୁରା ପାଟି ଫୁଲି ଯାଏ । ଦାନ୍ତରେ କିଛି ଲାଖିଥିଲେ କିମ୍ବା ଥଣ୍ଡା କି ଗରମ ଖିଆ ପିଆ କଲେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହାଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ ।

-ଏକ ଅଧ୍ୟୟନ ଅନୁଯାୟୀ ଉଷୁମ ପାଣିରେ ଲୁଣ ମିଶାଇ କୁଳି କରିବା ଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ତୁରନ୍ତ ଆରାମ ମିଳିଥାଏ। ଡାକ୍ତରମାନେ ମଧ୍ୟ ଏହି ଉପଚାର କରିବା ପାଇଁ ପରାମର୍ଶ ଦେଇଥାନ୍ତି ।

-ଲବଙ୍ଗ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏଥିପାଇଁ ଆପଣ ପାଟିରେ ଗୋଟିଏ ଲବଙ୍ଗ ରଖିପାରିବେ ବା ଯନ୍ତ୍ରଣା ହେଉଥିବା ସ୍ଥାନରେ ମଧ୍ୟ ଲବଙ୍ଗ ତେଲ ବ୍ୟବହାର କରିପାରିବେ । ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ସଂକ୍ରମଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

-ଲେମ୍ବୁରେ ଭିଟାମିନ-ସି ରହିଥାଏ, ଯାହା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। ଦାନ୍ତ ବିନ୍ଧା ହେଉଥିବା ସମୟରେ ଲେମ୍ବୁ ଚୋପାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ।

-ନିୟମିତ ଟୁଥପେଷ୍ଟରେ କେବଳ ବେକିଂ ସୋଡା ମିଶାନ୍ତୁ ଏବଂ ଏହାକୁ ଯନ୍ତ୍ରଣାଦାୟକ ଦାନ୍ତରେ ସିଧାସଳଖ ଲଗାନ୍ତୁ । ଏହା ଆପଣଙ୍କୁ କିଛି ସମୟ ମଧ୍ୟରେ ଯନ୍ତ୍ରଣାରୁ ମୁକ୍ତି ଦେଇପାରେ।

-NCBI ର ଏକ ରିପୋର୍ଟ ଅନୁଯାୟୀ, ବରଫ ଯେକୌଣସି ପ୍ରକାରର ଯନ୍ତ୍ରଣାକୁ ଭଲ କରିବା ପାଇଁ ଭଲ କାମ କରେ। ଦାନ୍ତରେ ଯନ୍ତ୍ରଣା ହେଉଥିବା ସମୟରେ ଗାଲର ପାର୍ଶ୍ୱରେ ଏକ ବରଫ ପ୍ୟାକ୍ ବ୍ୟବହାର କରନ୍ତୁ । ଅତିକମରେ ୧୫ ମିନିଟ୍ ପାଇଁ ଏହା କରନ୍ତୁ। ଏପରି କରିବା ଦ୍ୱାରା ଦାନ୍ତ ଯନ୍ତ୍ରଣା ଦୂର ହୋଇଥାଏ ।

-ଯଦି ଦାନ୍ତ ବିନ୍ଧା ହେବା ସହ ସେହି ସ୍ଥାନ ଫୁଲିଯାଇଥାଏ ତେବେ ସେଠାରେ ଆଳୁ ଚୋପାକୁ ୧୫ ମିନିଟ୍ ପର୍ୟ୍ୟନ୍ତ ରଖିଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଖୁବଶୀଘ୍ର ଆରାମ ମିଳିବ ।

Get real time updates directly on you device, subscribe now.