fbpx
BJD SKY
BJD SKY

ସାରା ଦେଶରେ ଆଗାମୀ ୫ ଦିନ ମଧ୍ୟରେ ଏପରି ରହିବ ପାଣିପାଗ, ମୌସୁମୀର ଅଜବ ରୀତିକୁ ନେଇ IMD କଲା ଆକଳନ

BJD

ନୂଆଦିଲ୍ଲୀ: ଦେଶରେ ଏବେ ଦୁଇ ପ୍ରକାର ପାଣିପାଗ ଅନୁଭୂତ ହେଉଛି । ଏବେ ଦେଶର ଗୋଟିଏ ପଟେ ପ୍ରବଳ ତାତିରେ ଜୀବ ଜଗତ ଛଟପଟ ହେଉଥିବା ବେଳେ ଅନ୍ୟପଟେ ବର୍ଷା ସହ ବରଫପାତ ବି ହେଉଛି । ଓଡ଼ିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ପରି ପୂର୍ବୋତ୍ତର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ରହିଥିବା ବେଳେ ପାହାଡି ରାଜ୍ୟ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବରଫପାତ ହେଉଛି । ଭାରତୀୟ ପାଣିପାଗ ବିଭାଗ କହିଛି ପଶ୍ଚିମା ଝଡର ପ୍ରଭାବରେ ୧୮ ଏପ୍ରିଲରୁ ଉତ୍ତର ପଶ୍ଚିମ ଭାରତରେ ଜଳବାୟୁ ପ୍ରଭାବିତ ହେବ ।

ଆଇଏମଡି ଅନୁଯାୟୀ ସୋମବାର ପଶ୍ଚିମ ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ, ଦିଲ୍ଲୀ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଘଡଘଡି ସହ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ସେହିପରି ଜାମ୍ମୁ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବରଫପାତ ନେଇ ମଧ୍ୟ ବିଭାଗ ସୁଚନା ପ୍ରଦାନ କରିଛି ।

ଅନ୍ୟପକ୍ଷରେ ଆଗାମୀ ୫ ଦିନ ମଧ୍ୟରେ ଉପକୂଳ ଓଡିଶା, ଉପକୂଳ ଆନ୍ଧ୍ରପ୍ରଦେଶ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ସେହିପରି ଉପକୂଳ ପଶ୍ଚିମବଙ୍ଗ ୧୬ରୁ ୧୯ ଏପ୍ରିଲ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ । ଏହି ସମସ୍ତ ଇଲାକାରେ ୧୫ରୁ ୧୯ ଏପ୍ରିଲ ପର୍ଯ୍ୟନ୍ତ ଲୁ ପ୍ରବାହ ହେବ । ସେହିପରି ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ, ପୁଡୁଚେରୀ, କୋଙ୍କଣ, ଗୋଆ ଆଦିରେ ୧୫ରୁ ୧୯ ତାରିଖ ମଧ୍ୟରେ ତାତିର ପ୍ରଭାବ ରହିବ ।

Get real time updates directly on you device, subscribe now.