fbpx

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଦଳିଯିବ ବିଶ୍ୱ, AI ଆଙ୍କିଲା ଭୟଙ୍କର ଚିତ୍ର

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚା ହେଉଛି କି ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଗତି କରୁଛି । ବିଶେଷଜ୍ଞଙ୍କ ମତ ତୃତୀୟ ବିଶ୍ୱଯୁଦ୍ଧ ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ଯୁଦ୍ଧରୁ ଆରମ୍ଭ ହେବ ।
ଗତ ୨ ବର୍ଷର ଚିତ୍ରକୁ ଦେଖିଲେ ବହୁ ଦେଶ ପରସ୍ପର ବିରୁଦ୍ଧରେ ଲଢିବା ଆରମ୍ଭ କରିଦେଇଛନ୍ତି । ଏଥିମଧ୍ୟରେ ରହିଛି ରୁଷ-ୟୁକ୍ରେନ୍‌, ଇସ୍ରାଏଲ୍‌-ପାଲେଷ୍ଟାଇନ, ଚୀନ୍‌-ତାଇୱାନ ଇତ୍ୟାଦି । ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି ।
ତେବେ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ କେବେ ଓ କେଉଁ ଦେଶ ମଧ୍ୟରେ ହେବ ତାହା କହିବା ତ ମୁସ୍କିଲ ତଥାପି ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ ତେବେ ସାରା ବିଶ୍ୱର ଚିତ୍ର କିପରି ବଦଳିଯିବ ତାହାକୁ ନେଇ AI ର ଛବି ସାମ୍ନାକୁ ଆସିଛି ।

AI ପ୍ରସ୍ତୁତ କରିଥିବା ଇମେଜ୍‌ରେ ପ୍ୟାରିସର ଯେଉଁ ଚିତ୍ର ରହିଛି ତାହା ବହୁତ ଭୟାନକ ରହିଛି । AI ଅନୁଯାୟୀ ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ ତେବେ ବିଶ୍ୱର ସବୁଠାରୁ ଉଚ୍ଚା କୋଠା ବୁର୍ଜ ଖଲିଫାର ସୁରକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଯିବ । ଏହାର ସୁରକ୍ଷା ଲାଗି ଫାଇଟର ପ୍ଲେନ୍ ଓ ହେଲିକପ୍ଟର ନିୟୋଜିତ କରାଯିବ । ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ ତେବେ ଆମେରିକା ନିଜ ଦେଶର ସୁରକ୍ଷା ଲାଗି କଡା ବ୍ୟବସ୍ଥା କରିବ । ନ୍ୟୁୟର୍କ ସହରର ସଡକରେ ୱାର ଟ୍ୟାଙ୍କର ବୁଲୁଥିବାର ନଜର ଆସିବେ । ନ୍ୟୁୟର୍କ ସହିତ ବିଶ୍ୱର ବଡ ବଡ ସହରରେ ବହୁ ନଭଶ୍ଚୁମୀ କୋଠା ରହିଛି । ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ ତେବେ ଏହିସବୁ ସହରର ଚିତ୍ର କିପରି ରହିବ ତାହାର ଇମେଜ୍ ପ୍ରସ୍ତୁତ କରିଛି AI  ।

AI ଅନୁଯାୟୀ ଯେଉଁ ଦେଶରେ ତୃତୀୟ ବିଶ୍ୱଯୁଦ୍ଧ ହେବ ତାହାର କୋଠାବାଡି ଓ ସଡକ ଅବସ୍ଥା ବହୁତ ଖରାପ ହୋଇଯିବ । ତେବେ ବହୁ ଦେଶ ଓ ଜାତିସଂଘ ତୃତୀୟ ବିଶ୍ୱଯୁଦ୍ଧ କିପରି ନ ହେବ ତାକୁ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି ।

Get real time updates directly on you device, subscribe now.