fbpx
BJD SKY
BJD SKY

ଗୋଟିଏ ପରିବାରରୁ ଭୋଟ ଦେବେ ୩୫୦ ଭୋଟର: ପ୍ରାର୍ଥୀଙ୍କ ନଜରରେ ୧୨୦୦ ସଦସ୍ୟ ଏହି ପରିବାର

BJD

ଓଡ଼ିଶା ଭାସ୍କର: ସାରା ଦେଶରେ ଏବେ ନିର୍ବାଚନକୁ ନେଇ ଜୋରଦାର ଆଲୋଚନା ହେଉଛି । ବିଭିନ୍ନ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସମର୍ଥକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଜନତାଙ୍କ ମନ ଜିତିବା ସହ ଭୋଟ ହାତେଇବା ପାଇଁ ଚାଲିଛି ନିର୍ବାଚନୀ କସରତ । ତେବେ ଏହି ଯୁଦ୍ଧ ଭିତରେ ସବୁ ରାଜନୈତିକ ଦଳର ନଜରରେ ରହିଛି ଗୋଟିଏ ପରିବାର । ଆସାମ ନିର୍ବାଚନରେ ଗୋଟିଏ ପରିବାରକୁ ହାତମୁଠାକୁ ଆଣିବା ପାଇଁ ସମସ୍ତ ଦଳ ପ୍ରୟାସ ଜାରି ରଖିଛନ୍ତି । କାରଣ ଏହି ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ହେଉଛି ୩୫୦ ।

ଆସାମର ସୋନିତପୁର ଜିଲ୍ଲାରେ ଫୁଲୋଗୁରୀ ନେପାଳି ପାମଙ୍କ ଦିବଙ୍ଗତ ରାନ୍ ବାହାଦୁର ଥାପ୍ପାଙକ ପରିବାର ଦେଶରେ ସର୍ବାଧିକ ଭୋଟର ଥିବା ପରିବାର ଭାବେ ରେକର୍ଡ କରିଛି । ଏହି ଗୋଟିଏ ପରିବାରରେ ମୋଟ ୩୫୦ ଜଣ ଭୋଟର ରହିଛନ୍ତି । ତେବେ ପରିବାରର ସଦସ୍ୟ ସଂଖ୍ୟା ୧୨୦୦ରୁ ଅଧିକ ରହିଥିବା ବେଳେ ମତଦାନ ପାଇଁ ୩୫୦ ଜଣ ସଦସ୍ୟ ମତଦାନ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏଠାରେ ଆସନ୍ତା ୧୯ ତାରିଖରେ ଲୋକସଭା ନିର୍ବାଚନର ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ରଙ୍ଗାପାରା ବିଧାନସଭା ଏବଂ ସୋନିତପୁର ସଂସଦୀୟ କ୍ଷେତ୍ରରେ ଅବସ୍ଥିତ ଏହି ସର୍ବାଧିକ ଭୋଟରଙ୍କ ପରିବାର ।

ରାନ୍ ବାହାଦୂର ଥାପାଙ୍କର ୫ ଜଣ ପତ୍ନୀଙ୍କ ସହ ୧୨ ପୁଅ ଏବଂ ୯ ଝିଅ ଅଛନ୍ତି । ତେବେ ଥାପାଙ୍କର ପରିବାରରେ ମୋଟ ୧୨୦୦ରୁ ଅଧିକ ସଦସ୍ୟ ରହିଛନ୍ତି । ତାଙ୍କ ପୂର୍ବଜଙ୍କର ପ୍ରାୟ ୩୦୦ ପରିବାର ସୋନୀତପୁର ସଂସଦୀୟ ନିର୍ବାଚନମଣ୍ଡଳୀର ଫୁଲୋଗୁରୀ ନେପାଳୀ ପାମ ଅଞ୍ଚଳରେ ବାସ କରନ୍ତି। ରାନ୍ ବାହାଦୂରଙ୍କର ମଧ୍ୟ ୧୫୦ ରୁ ଅଧିକ ନାତି-ନାତୁଣୀ ଅଛନ୍ତି ଜ୍ଝ ନେପାଳୀ ପାମ୍ ଗାଁର ମୁଖ୍ୟ ତଥା ସ୍ୱର୍ଗତ ରୋନ୍ ବାହାଦୂରଙ୍କ ପୁଅ ତିଲ ବାହାଦୂର ଥାପା କହିଛନ୍ତି ଯେ, ତାଙ୍କ ପରିବାରରେ ପ୍ରାୟ ୩୫୦ ଲୋକ ଅଛନ୍ତି ଯେଉଁମାନେ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି।

ତିଲ ବାହାଦୂର ଥାପା କହିଛନ୍ତି ଯେ, ତାଙ୍କ ବାପା ୧୯୬୪ ମସିହାରେ ଜେଜେବାପାଙ୍କ ସହ ଏଠାକୁ ଆସି ଅବସ୍ଥାନ କରିଥିଲେ। ତାଙ୍କ ବାପାଙ୍କର ପାଞ୍ଚ ଜଣ ପତ୍ନୀ ଥିଲେ ଏବଂ ତାଙ୍କର ୧୨ ଭାଇ ଏବଂ ୯ ଭଉଣୀ ଅଛନ୍ତି । ଏହି ନିର୍ବାଚନରେ ନେପାଳୀ ପାମର ଥାପା ପରିବାରର ପ୍ରାୟ ୩୫୦ ସଦସ୍ୟ ଭୋଟ୍ ଦେବାକୁ ଯୋଗ୍ୟ, ଯଦି ଆମେ ସମସ୍ତ ପିଲାଙ୍କୁ ଗଣନା କରୁ, ତେବେ ଆମ ପରିବାରର ମୋଟ ସଦସ୍ୟ ୧୨୦୦ ରୁ ଅଧିକ ହେବେ ବୋଲି ତିଲ୍ ବାହାଦୂର ଥାପ୍ପା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.