fbpx

(Video): ‘ମୁଁ ସୁଦାମା ହୋଇ ସେଠାକୁ ଯିବି…’, ଲୋକଙ୍କ ଆଶା ପୂରଣ କରିବା ପାଇଁ ସ୍ୱର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ

ଅମୃତସର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବା ନେତା ଓ ମନ୍ତ୍ରୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରଣନୀତି ମଧ୍ୟ ପ୍ରସ୍ତୁତ କରିବାର ନଜିର ରହିଛିି । ନିକଟରେ କଂଗ୍ରେସ ଏହାର ଜଲନ୍ଦର ସଂସଦୀୟ ଆସନ ପାଇଁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି । ଏହି ଆସନ ପାଇଁ ତାଙ୍କ ନାମ ଘୋଷଣା ହେବା ପରେ ଆଜି ସମର୍ଥକଙ୍କ ସହ ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ଯାଇ ନିଜ ବିଜୟ ପାଇଁ ପ୍ରାର୍ଥନା କରିଥିଲେ ।

‘ମୁଁ ଜଲନ୍ଦରକୁ ସେବକ ହୋଇ ଯିବି, ମୁଁ ସୁଦାମା ଭଳି ଯିବି ଏବଂ ଜଲନ୍ଦରବାସୀଙ୍କୁ କହିବି ଯେ ସେମାନେ ଭଗବାନ କୃଷ୍ଣଙ୍କ ପରି ମୋ ଯତ୍ନ ନିଅନ୍ତୁ । ଲୋକଙ୍କ ଆଶାକୁ ପୂର୍ଣ୍ଣ କରିପାରିବି ଏଥିପାଇଁ ମୋତେ ଶକ୍ତି ଦିଅନ୍ତୁ ବୋଲି ସ୍ୱର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କରିଛି’ ବୋଲି ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି ଚରଣଜିତ ସିଂହ ଚନ୍ନି । କହିରଖୁଛୁ ପଞ୍ଜାବରେ ୬ଟି ଲୋକସଭା ଆସନ ପାଇଁ ପ୍ରର୍ଥୀଙ୍କ ନାଁ ଘୋଷଣା ହୋଇସାରିଛି । ଏଥିରେ ଜଲନ୍ଦରରୁ ଚରଣଜିତ ସିଂହ, ଅମୃତସରରୁ ଗୁରଜିତ ସିଂହ ଔଜଲା, ଫତେହଗଡ଼ ସାହିବରୁ ଅମର ସିଂହ, ଭଟିଣ୍ଡାରୁ ଜିତ ମୋହିନ୍ଦର ସିଂହ, ସଙ୍ଗରୁରରୁ ସୁଖପାଲ ସିଂହ ଏବଂ ପଟିଆଲାରୁ ଧର୍ମବୀର ଗାନ୍ଧୀଙ୍କୁ ଟିକେଟ ମିଳିଛି । ପଞ୍ଜାବ ଲୋକସଭା ଅସନ ପାଇଁ ଏହା କଂଗ୍ରେସର ୨ୟ ପ୍ରାର୍ଥୀ ତାଲିକା । ଏହା ପୂର୍ବରୁ ଚଣ୍ଡିଗଡ଼ ଆସନରୁ କେବଳ ମନୀଷ ତିୱାରୀଙ୍କୁ ଟିକେଟ ମିଳିଥିଲା ।

 

Get real time updates directly on you device, subscribe now.