fbpx

(Video) ମହଙ୍ଗା ପଡ଼ିଲା ‘ଧୋନୀଙ୍କ ୨୦ ରନ୍‌’: କାମ ଦେଲାନି ରୋହିତଙ୍କ ବିସ୍ଫୋରକ ଶତକ

ମୁମ୍ବାଇ: ମୁମ୍ବାଇ-ଚେନ୍ନାଇ ମହାମୁକାବିଲାରେ ଦମଦାର ବିଜୟ ହାସଲ କରିଛି ସିଏସକେ । ଧୋନୀ ଏବଂ ରୋହିତଙ୍କ କଡ଼ା ଟକ୍କର ଭିତରେ ବାଜି ମାରି ନେଇଛନ୍ତି ମାହି । ରୋହିତଙ୍କ ବିସ୍ଫୋରକ ଶତକ ଧୋନୀଙ୍କର ମାତ୍ର ୨୦ ରନ୍ ଆଗରେ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଛି । ମୁମ୍ବାଇ ପାଇଁ ମହଙ୍ଗା ହୋଇଛି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶେଷ ଓଭର । ଧୋନୀଙ୍କର ୪ଟି ବଲରୁ ୨୦ ରନର ସେହି ୨୦ ମୁମ୍ବାଇ ପାଇଁ ପରାଜୟର କାରଣ ପାଲଟିଛି । ଏହି ମ୍ୟାଚ ପରେ କୁହାଯାଉଛି ଏହି ମ୍ୟାଚକୁ ଖୋଦ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ହିଁ ହରାଇ ଦେଇଛନ୍ତି ।

ହାର୍ଦ୍ଦିକଙ୍କ ଶେଷ ଓଭରରେ ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିଲେ ଭିଣ୍ଟେଜ ମାହି ଇନିଂସର ଶେଷ ୪ଟି ବଲ ବାକି ଥିବା ବେଳେ ମଇଦାନକୁ ଆସିଥିଲେ ଭିଣ୍ଟେଜ ମାହି । । ଏହି ଇନିଂସରେ ଧୋନୀ ମାତ୍ର ୪ ବଲରେ ୨୦ ରନ୍ କରି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ମୁମ୍ବାଇ ତରଫରୁ ଶେଷ ଓଭର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁଥିବା ବେଳେ ଧୋନୀ ତାଙ୍କୁ ଟାର୍ଗେଟ କରି ବିସ୍ଫୋରକ ବ୍ୟାଟିଂ ଦେଖାଇଛନ୍ତି । ମଇଦାନରେ ଆସିବା ମାତ୍ରେ ଲଗାତାର ୩ଟି ବଲରେ ୩ଟି ଛକା ମାରି ଚେନ୍ନାଇର ସ୍କୋର ୨୦୦ ପାର୍ କରାଇଛନ୍ତି । ତେବେ ମାତ୍ର ୪ ଟି ବଲରେ ୨୦ ରନର ଏହି ବିସ୍ଫୋରକ ଇନିଂସ ଖେଳି ଚେନ୍ନାଇ ତରଫରୁ ଏକ ବିଶାଳ ଟାର୍ଗେଟ ଦେଇଥିଲେ ମାହି । ୪ଟି ବଲରୁ ୩ଟି ଛକା ସହ ୫୦୦ ଷ୍ଟ୍ରାଇକ ରେଟରେ ୨୦ ରନ୍ କରିବା ସହ ମୁମ୍ବାଇକୁ ୨୦୭ ରନର ଲକ୍ଷ୍ୟ ଦେଇଛନ୍ତି ଏମ.ଏସ ଧୋନୀ ।

ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇକୁ ୨୦୭ ରନର ବିଜୟ ଲକ୍ଷ ଦେଇଥିଲା । ଯେଉଁଥିରେ ଅଧିନାୟକ ଗାୟକ୍ୱାଡ ଏବଂ ଶିଭମ ଦୁବେ କମାଲ କରିଥିଲେ । ଗାୟକ୍ୱାଡ଼ ୪୦ ବଲରେ ୬୯ ମାରିଥିବା ବେଳେ ଦୁବେ ୩୮ ବଲରେ ୬୬ ରନ୍ କରି ନଟ ଆଉଟ ରହିଥିଲେ । କିନ୍ତୁ ଶେଷରେ ବ୍ୟାଟିଂ କରିବାକୁ ଆସି ଧୋନୀ ୪ଟି ବଲରେ ୨୦ ରନ ମାରିଥିଲେ । ଯେଉଁଥିରେ ସେ ଆସୁ ଆସୁ ପାଣ୍ଡ୍ୟାଙ୍କୁ ଲଗାଇଥିଲେ ହାଟ୍ରିକ ଛକା । ଆଉ ସେହି ୨୦ ରନ୍ ହିଁ ମୁମ୍ବାଇକୁ ପରାସ୍ତ କରାଇଥିଲା । କାରଣ ମୁମ୍ବାଇ ରୋହିତଙ୍କ ଶତକ ପରେ ମଧ୍ୟ ବିଜୟ ଲକ୍ଷ୍ୟରୁ ମାତ୍ର ୨୦ ରନ ଦୂରରେ ରହି ଯାଇଛି । ହାର୍ଦ୍ଦିକଙ୍କ ଶେଷ ଓଭରରୁ ଧୋନୀ ସଂଗ୍ରହ କରିଥିବା ସେହି ୨୦ ରନ୍ ମୁମ୍ବାଇ ପାଇଁ ଖୁବ ମହଙଗା ପଡ଼ିଛି । ଯାହା ଫଳରେ ଏହି ମ୍ୟାଚରେ ପରାଜୟର ସାମନା କରିଛି ହାର୍ଦ୍ଦିକ ସେନା ।

ତେବେ ଚେନ୍ନାଇ ଦେଇଥିବା ବିଜୟ ଲକ୍ଷ୍ୟକୁ ହାତେଇବାକୁ ଯାଇ ରୋହିତ ୬୩ ବଲରେ ୧୦୫ ରନ୍ କରିଥିଲେ ସୁଧା ଦଳ ହାରି ଯାଇଥିଲା । କାରଣ ଅନ୍ୟ ଖେଳାଳି ମାନଙ୍କୁ ଚେନ୍ନାଇର ପଥିରାନା ପାଭିଲିୟନକୁ ପଠାଇଥିିଲେ । ଯେମିତି କି ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା ଏବଂ ରୋମାରିଓ ଶେଫାର୍ଡ । କେହି ମଧ୍ୟ ତିଷ୍ଠି ପାରି ନଥିଲେ ପଥିରାନାଙ୍କ ବୋଲିଂ ଆଗରେ । କେବଳ ରୋହିତଙ୍କୁ ଛାଡ଼ିଦେଲେ ଅନ୍ୟ ଖେଳାଳି ମାନେ ସବୁ ଫ୍ଲପ ହୋଇଥିଲେ । ତେବେ ସବୁଠାରୁ ନିରାଶ କରିଛନ୍ତି ନିଜେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମ ଇନିଂସରେ ମାତ୍ର ୩ ଓଭରରୁ ୪୩ ରନ୍ ଖର୍ଚ୍ଚ କରିଥିବା ବେଳେ ବ୍ୟାଟିଂରେ ମଧ୍ୟ ଫ୍ଲପ ହୋଇଛନ୍ତି ହାର୍ଦ୍ଦିକ । ଯେଉଁଥିପାଇଁ ଦଳକୁ ଏଭଳି ଏକ ପରିଣାମ ଭୋଗିବାକୁ ପଡ଼ିଛି ।

Get real time updates directly on you device, subscribe now.